ନୂଆଦିଲ୍ଲୀ: ଶନିବାର ଦିନ ଗୁଜରାଟ ଉପକୂଳବର୍ତ୍ତୀ ଆରବ ସାଗରରେ ଟ୍ୟାଙ୍କ୍ର୍ ଜାହାଜ ଉପରେ ଯେଉଁ ଡ୍ରୋନ୍ ଆକ୍ରମଣ କରିଥିଲା ତାହା ଇରାନ୍ରୁ ନିକ୍ଷେପ କରାଯାଇଥିଲା ବୋଲି ଆମେରିକୀୟ ପ୍ରତିରକ୍ଷା ବିଭାଗ ‘ପେଣ୍ଟାଗନ୍’ କହିଛି।
ଏ ସଂକ୍ରାନ୍ତରେ ଆଜି ଜାରି କରିଥିବା ବିବୃତିରେ ‘ପେଣ୍ଟାଗନ୍’ କହିଛି, ଗୁଜରାଟର ପୋରବନ୍ଦର ଉପକୂଳ ଅନ୍ତର୍ଗତ ଆରବ ସାଗରରେ ଥିବା ଉକ୍ତ ଜାପାନୀ କେମିକାଲ୍ ଟ୍ୟାଙ୍କର୍ ଉପରେ ସ୍ଥାନୀୟ ସମୟ ସକାଳ ପ୍ରାୟ ୧୦ଟା ବେଳେ ଡ୍ରୋନ୍ ଆକ୍ରମଣ କରାଯାଇଥିଲା। ଏଥିରେ ପ୍ରାୟ ୨୦ଜଣ ଭାରତୀୟ ନାବିକ ଥିଲେ। କିନ୍ତୁ, ସେମାନଙ୍କ ମଧ୍ୟରୁ କେହି ମୃତାହତ ହୋଇ ନାହାନ୍ତି। ଟ୍ୟାଙ୍କ୍ର୍ରେ ଲାଗିଥିବା ନିଆଁ ମଧ୍ୟ ଲିଭାଇ ଦିଆଯାଇଛି।
Image Courtesy of Times Nowବିବୃତିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି, ଭାରତରେ ଥିବା ତା’ର ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରୁଥିବା ଉକ୍ତ କେମିକାଲ୍ ଟ୍ୟାଙ୍କର୍ ସହିତ ଆମେରିକୀୟ ସେନା ଯୋଗାଯୋଗ ରଖିଛି।
‘ପେଣ୍ଟାଗନ୍’ର ଜଣେ ମୁଖପାତ୍ର ନିଉଜ୍ ଏଜେନ୍ସି ‘ରଏଟର୍ସ’କୁ କହିଛନ୍ତି, ଲିବେରିଆରେ ପଞ୍ଜିକୃତ ହୋଇଥିବା, ଜାପାନୀ ମାଲିକାନାରେ ଥିବା ଏବଂ ନେଦର୍ଲାଣ୍ଡ୍ଦ୍ବାରା ପରିଚାଳିତ ଟ୍ୟାଙ୍କ୍ର୍ ‘କେମ୍ ପ୍ଲୁଟୋ’ ଉପରେ ସ୍ଥାନୀୟ ସମୟ ସକାଳ ୧୦ଟା ବେଳେ ଆରବ ସାଗରରେ ପଡ଼ିଥିବା ଡ୍ରୋନ୍ଟି ଇରାନ୍ରୁ ନିକ୍ଷେପ କରାଯାଇଥିଲା।
‘ପେଣ୍ଟାଗନ୍’ କହିଛି, ୨୦୨୧ରୁ ଏପର୍ଯ୍ୟନ୍ତ ଇରାନ୍ ପ୍ରାୟ ୭ଟି ବାଣିଜ୍ୟିକ ପୋତ ଉପରେ ଆକ୍ରମଣ କଲାଣି।
ଭାରତୀୟ ତଟରକ୍ଷୀ ମଧ୍ୟ କହିଛି ଯେ, କ୍ଷୟକ୍ଷତି ଆକଳନ ଓ ଆବଶ୍ୟକ ମରାମତି ପରେ ଉକ୍ତ କେମିକାଲ୍ ଟ୍ୟାଙ୍କର୍ ମୁମ୍ବାଇ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ତା’ର ପାଖେ ପାଖେ ଚାଲିଛି ଭାରତୀୟ ତଟରକ୍ଷୀ ଜାହାଜ ‘ବିକ୍ରମ’।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/ts-1.jpg)