ୟୁକ୍ରେନ ପାଇଁ କାଳ ସାଜିଛି ଇରାନୀ ଡ୍ରୋନ୍‌

କିବ୍‌ : ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧରେ ଏବେ ୟୁକ୍ରେନ୍‌କୁ ନାହିଁ ନଥିବା କ୍ଷୟକ୍ଷତିର ସମ୍ମୁଖୀନ ହେବାକୁ ପଡ଼ୁଛି। ରୁଷ୍‌ ଶତାଧିକ ଇରାନ ନିର୍ମିତ ଡ୍ରୋନ୍‌ ବ୍ୟବହାର କରି ବିଭିନ୍ନ ସହରରେ ବାରୁଦ ବର୍ଷା କରୁଛି। ଏଥିରେ ଭୟଙ୍କର ଧ୍ବଂସଲୀଳା ଦେଖିବାକୁ ମିଳିଥିବା ବେଳେ ୧୫ ଲକ୍ଷରୁ ଅଧିକ ପରିବାର ଅନ୍ଧାରରେ ରହିଛନ୍ତି। ବିଦ୍ୟୁତ ସରବରାହ ନିକଟରେ ସ୍ବାଭାବିକ ହେବା ଆଶା ଦିଶୁନାହିଁ।

ଇରାନୀ ଡ୍ରୋନ୍‌ ବ୍ୟବହାର କରି ରୁଷ୍‌ ୟୁକ୍ରେନ୍‌ର ୫୦ ପ୍ରତିଶତ ପାୱାର ଗ୍ରିଡ୍‌ ଧ୍ବସ୍ତ କରିଦେଇଛି। ଆମେରିକା, ବ୍ରିଟେନ୍‌ ଓ ଅନ୍ୟ ୟୁରୋପୀୟ ରାଷ୍ଟ୍ରରୁ ବିପୁଳ ସହାୟତା ସତ୍ତ୍ବେ ରୁଷ୍‌କୁ ରୋକିବା ୟୁକ୍ରେନ୍‌ ପକ୍ଷରେ ସମ୍ବବ ହେଉନାହିଁ। ଏବେ ୩୦ରୁ ଅଧିକ ସହରରେ ଅହରହ ଇରାନୀ ଡ୍ରୋନ୍‌ ଉଡ଼ୁଛି ଏବଂ ଲୋକେ ଘରୁ ବାହାରିବାକୁ ଡରୁଛନ୍ତି।

ସମ୍ବନ୍ଧିତ ଖବର