ପଦବୀ ମିଳିବା ପରେ ଭାଷଣ ଦେଉଥିଲେ ରାଜ୍ୟପାଳ, ଏହି କାରଣ ପାଇଁ ହଠାତ୍ ମଞ୍ଚ ଉପରକୁ ଆସି ଚାପୁଡ଼ା ମାରିଲେ ଯୁବକ

ନୂଆଦିଲ୍ଲୀ: ମଞ୍ଚ ଉପ‌ରେ ରାଜ୍ୟପାଳଙ୍କୁ ଚାପୁଡ଼ା। ପଦବୀ ମିଳିବା ପରେ ଭାଷଣ ଦେଉଥିବା ସମୟରେ ମଞ୍ଚ ଉପରକୁ ଆସି ରାଜ୍ୟପାଳଙ୍କୁ ଚାପୁଡ଼ା ମାରିଲେ ଯୁବକ। ଘଟଣାଟି ଇରାନରେ ଘଟିଥି‌ଲେ ‌ବି ଘଟଣାର ଭିଡିଓ ଏବେ ଚାରିଆଡ଼େ ଭାଇରାଲ ହେବାରେ ଲାଗିଛି। ସବୁଠାରୁ ବଡ଼ କଥା ହେଲା ଯୁବକଜଣକ ଏଭଳି କରିବା ପଛର ଯେଉଁ କାରଣ ପୁଲିସକୁ କହିଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସୂଚନା ମୁତାବକ, ପଦବୀ ମିଳିବା ପରେ ଭାଷଣ ଦେଉଥିଲେ ଇରାନ ରାଜ୍ୟପାଳ ଜିନୋଲାବେଡିନ୍ ଖୋରାମ। କେହି କିଛି ଜାଣିବା ପୂର୍ବରୁ ହଠାତ ଜଣେ ଯୁବକ ଷ୍ଟେଜ୍ ଉପରକୁ ଉଠିଯାଇ ତାଙ୍କ ଗାଲକୁ ଶକ୍ତ ଚାପୁଡା ମାରିଥିଲେ । ଯୁବକଜଣକ ଚାପୁଡା ମାରିବାର ଘଟଣା କ୍ୟାମେରାରେ କଏଦ ହୋଇଥିଲା । ଚାପୁଡାର ଶବ୍ଦ ମଧ୍ୟ ପୋଡିଅମରେ ଲାଗିଥିବା ସ୍ପିକରରେ ଖୁବ ଜେ‌ାରରେ ଶୁଣାଯାଇଥିଲା । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ତେବେ ଏଭଳି ଘଟଣା ପରେ ତାଙ୍କୁ ଗିରଫ କରାଯାଇଥିଲା। ଗିରଫ ପରେ ଏଭଳି କରିବା ପଛର କାରଣ ପଚରାଯିବାରୁ ସେ କହିଥିଲେ ଯେ, ମୋ ପତ୍ନୀଙ୍କୁ କାହିଁକି ଜଣେ ପୁରୁଷ କରୋନା ଟିକା ଦେଲେ। ମହିଳାଙ୍କୁ ମହିଳା କରୋନା ଟିକା ଦେବ‌ା କଥା। ଏଥିପାଇଁ ମୁଁ ରାଗରେ ଚାପୁଡ଼ା ମାରିଛି। ଏହା ଶୁଣି ପୁଲିସ ଆଶ୍ଚର୍ଯ୍ୟ ହୋଇଥିବା ବେଳେ ଯୁବକଜଣକ ଦେଇଥିବା କାରଣକୁ ସହଜରେ ଗ୍ରହଣ କରିପାରି ନଥିବା ଜଣାପଡ଼ିଛି। ଯୁବକଜଣକ ସତ କହୁଛନ୍ତି ନା ମିଛ. ତାହାର ତଦନ୍ତ ଏବେ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର