ତେହେରାନ  : ବିଶ୍ବକପ ଫୁଟବଲର ନିଶା ଏବେ ସାରା ବିଶ୍ବରେ ଚଢିବାରେ ଲାଗିଛି । ଫ୍ୟାନମାନେ ନିଜ ନିଜ ଦେଶର ସମର୍ଥନରେ ଯେକୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ ହୋଇଯାଉଛନ୍ତି । କିନ୍ତୁ ଇରାନରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ନିଜର ଶତ୍ରୁଦେଶ ଆମେରିକାଠାରୁ ୦-୧ରେ ପରାଜୟ ପରେ ଇରାନବାସୀ ଖୁସ ମନାଇଛନ୍ତି । ତେହେରାନ ରାଜରାସ୍ତାରେ ଲୋକମାନେ ରାସ୍ତାକୁ ଓହ୍ଲାଇ ଆମେରିକାର ପତାକା ଧରି ବୁଲୁଥିବା ଦେଖାଯାଇଛି ।

Advertisment

କେତେକ ଲୋକ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ବିଶ୍ବକପରେ ଇରାନର ପରାଜୟ ହୋଇନାହିଁ । ବରଂ ଇରାନକୁ ଶାସନ କରୁଥିବା ଇସ୍ଲାମିକ ରିପବ୍ଲିକର ପରାଜୟ ହୋଇଛି । ଇରାନର ଲୋକମାନେ ନିଶ୍ଚୟ ଏହି ସରକାର ଉପରେ ବିଜୟ ହାସଲ କରିବେ ।

ଏପରିକି ମାସା ଅମିନିଙ୍କ ସହର ସାକେଜରେ ଲୋକମାନେ ବାଣ ଫୁଟାଇ ଇରାନର ପରାଜୟକୁ ସେଲିବ୍ରେଟ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବରରେ ମାସା ଅମିନିଙ୍କ ମୃତ୍ୟୁପରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଏବେ ବି ଜାରି ରହିଛି । ଏହି ଆନ୍ଦୋଳନରେ ଏପର୍ଯ୍ୟନ୍ତ  ୪ ଶହରୁ ଅଧିକ ଲୋକ ପ୍ରାଣ ହରାଇସାରିଲେଣି । ସେମାନଙ୍କ ମଧ୍ୟରେ ୪୩ ଜଣ ଶିଶୁ ରହିଛନ୍ତି । ଏହି ଆନ୍ଦୋଳନକୁ  ବନ୍ଦ କରିବାକୁ ଇରାନ ସରକାର କଠୋର ଅଭିମୁଖ୍ୟ ଗ୍ରହଣ କରିଥିଲେ ବି ସବୁ ଉଦ୍ୟମ ବିଫଳ ହୋଇଛି । ଏପର୍ଯ୍ୟନ୍ତ ଇରାନ ସରକାର ୫ ଜଣ ଆନ୍ଦୋଳନକାରୀଙ୍କୁ ମୃତ୍ୟୁଦଣ୍ଡ ଦେଇସାରିଲେଣି ।