ତେହେରାନ: ଇସ୍ରାଏଲର ଇରାନ ଉପରେ ଆକ୍ରମଣ ପରଠାରୁ, ଉଭୟ ଦେଶ ପରସ୍ପର ଉପରେ ଲଗାତାର ଆକ୍ରମଣ କରିଆସୁଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଇରାନକୁ ଧମକ ଦେଇଛନ୍ତି ଯେ ଯଦି ଆମେରିକୀୟ ସାମରିକ ଘାଟିକୁ ଟାର୍ଗେଟ କରାଯାଏ, ତେବେ ଆମର ସେନା ଆକ୍ରମଣ କରିବ। ଏହି ସମୟରେ, ଇରାନ ପକ୍ଷରୁ ଏକ ବଡ଼ ବୟାନ ଆସିଛି । ଇରାନ କହିଛି ଯେ ଯଦି ଇସ୍ରାଏଲ ପକ୍ଷରୁ ଆକ୍ରମଣ କରାଯାଏ, ତେବେ ଇରାନ ବି ତାହାର ଆତ୍ମରକ୍ଷାମୂଳକ କାର୍ଯ୍ୟାନୁଷ୍ଠାନକୁ ବନ୍ଦ କରିବ । 

Advertisment

ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ସମ୍ପ୍ରତି ବିଦେଶୀ କୂଟନୀତିଜ୍ଞଙ୍କ ସହ ଏକ ବୈଠକରେ ସ୍ପଷ୍ଟ କରିଛନ୍ତି ଯେ ଇରାନର ସାମରିକ ପ୍ରତିକ୍ରିୟା ସମ୍ପୂର୍ଣ୍ଣ ବୈଧ। ସେ କହିଛନ୍ତି ଯେ ଆମେ ନିଜକୁ ରକ୍ଷା କରୁଛୁ; ଆମର ପ୍ରତିରକ୍ଷା ସମ୍ପୂର୍ଣ୍ଣ ବୈଧ। ଯଦି ଇସ୍ରାଏଲର ଆକ୍ରମଣ ବନ୍ଦ ହୁଏ, ତେବେ ସ୍ୱାଭାବିକ ଭାବରେ ଆମର ପ୍ରତିକ୍ରିୟା ମଧ୍ୟ ବନ୍ଦ ହୋଇଯିବ।

ସୂଚନାଯୋଗ୍ୟ ଯେ ଇସ୍ରାଏଲର ଆକ୍ରମଣ ଜବାବରେ ଇରାନ ମଧ୍ୟ ତେଲ ଅଭିବ ଉପରେ ଘନ ଘନ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଚାଲିଛି । ଶନିବାର ରାତି ଓ ରବିବାର ଭୋର ସମୟରେ ଇରାନ ପକ୍ଷରୁ ତେଲ ଅଭିବ ଉପରେ ଏକ ଡଜନରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା । ଏପର୍ଯ୍ୟନ୍ତ ଇରାନ ଆକ୍ରମଣରେ ୧୦ ଜଣ ଇସ୍ରାଏଲୀ ନିହତ ହୋଇଛନ୍ତି ।