ଭିଏନା : ଗୋଟିଏ ପଟେ ଇରାନ ଏବଂ ଆମେରିକା ମଧ୍ୟରେ ପରମାଣୁ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ଚାଲିଛି, ଅନ୍ୟପଟେ ଇରାନ ସମଗ୍ର ବିଶ୍ୱକୁ ଲୁଚାଇ ଏକ ବଡ଼ ପରୀକ୍ଷଣ କରିଛି। ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥା (ଆଇଏଇଏ)ର ରିପୋର୍ଟ ଅନୁଯାୟୀ, ଇରାନ ଚୁପଚାପ ପରମାଣୁ ବୋମା ତିଆରି କରିବା ଦିଗରେ ଆଉ ଏକ ପାଦ ଆଗକୁ ବଢ଼ିଛି । ଇରାନ ପକ୍ଷରୁ ଇମ୍ପ୍ଲୋଜନ ଟେଷ୍ଟ କରାଯାଇଛି, ଯାହାକି ପରମାଣୁ ବୋମା ତିଆରି ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ଏହା ମଧ୍ୟ ଦର୍ଶାଉଛି ଯେ ଇରାନ ପରମାଣୁ ବୋମା ତିଆରି କରିବାର ଅତି ନିକଟତର ହୋଇାଇଛି ଓ ଯେକୌଣସି ସମୟରେ ପରମାଣୁ ବୋମା ପରୀକ୍ଷଣ କରିପାରେ ।
ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥାର ରିପୋର୍ଟ ଅନୁଯାୟୀ, ଇରାନ ଚୁପଚାପ ପରମାଣୁ ବୋମା ତିଆରି କରିବା ଦିଗରେ ଆଉ ଏକ ପାଦ ଆଗକୁ ବଢ଼ିଛି । ଇରାନ ପକ୍ଷରୁ ଇମ୍ପ୍ଲୋଜନ ଟେଷ୍ଟ କରାଯାଇଛି, ଯାହାକି ପରମାଣୁ ବୋମା ତିଆରି ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ଏହା ମଧ୍ୟ ଦର୍ଶାଉଛି ଯେ ଇରାନ ପରମାଣୁ ବୋମା ତିଆରି କରିବାର ଅତି ନିକଟତର ହୋଇାଇଛି ଓ ଯେକୌଣସି ସମୟରେ ପରମାଣୁ ବୋମା ପରୀକ୍ଷଣ କରିପାରେ ।
ଇରାନ କେବଳ ପରମାଣୁ ଶକ୍ତି ପାଇଁ ୟୁରାନିୟମକୁ ଏନରିଚ୍ କରିନାହିଁ, ବରଂ ଏପରି ଅନେକ ପରୀକ୍ଷଣ ମଧ୍ୟ କରିଛି ଯାହା ସୂଚିତ କରେ ଯେ ଇରାନ ଏକ ବୋମା କିମ୍ବା ପରମାଣୁ ଅସ୍ତ୍ର ତିଆରି କରିବାକୁ ଯାଉଛି। ଇରାନ ଚୁପଚାପ ତାର ମିଶନ ଜାରି ରଖିଥିଲା, ଯେତେବେଳେ ଆମେରିକା ସମେତ ଅନ୍ୟ ଦେଶମାନେ ଦର୍ଶକ ହୋଇ ରହିଥିଲେ। ଏହି ପରୀକ୍ଷଣ ଇରାନ ଦ୍ୱାରା ଚାରୋଟି ପରମାଣୁ ପରୀକ୍ଷଣ ସ୍ଥାନ - ମାରିଭାନ, ଲାଭିସନ-ସିଆନ, ଭାରାମିନ ଏବଂ ତୁର୍କୁଜ-ଆବାଦରେ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/06/09/DnPabj0wgGWlOn2v12m2.jpg)