ତେହେରାନ: ନାଟାଞ୍ଜରେ ଥିବା ଏହାର ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ ହୋଇଥିବା ଇରାନର ରାଷ୍ଟ୍ରଦୂତ ରେଜା ନଜାଫି ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥା (ଆଇଏଇଏ) ଆଗରେ ଅଭିଯୋଗ କରିଛନ୍ତି। ଇରାନ ପରମାଣୁ ଅସ୍ତ୍ର ବିକଶିତ କରିବା ଅଭିଯୋଗରେ ଆମେରିକା ଓ ଇସ୍ରାଏଲ ଏହାର ନାଟାଞ୍ଜ ପରମାଣୁ ସ୍ଥଳ ଉପରେ ରବିବାର ଆକ୍ରମଣ କରିଥିଲେ।
ଅଧିକପଢ଼ନ୍ତୁ:ଲେବାନନ୍ ଉପରେ ଭୀଷଣ ଆକ୍ରମଣ: ୩୧ ମୃତ, ୧୪୯ ଜଣ ଆହତ
ଇରାନ ଉପରେ ଆକ୍ରମଣକୁ ନଜାଫି ବେଆଇନ, ଆପରାଧିକ ତଥା ନୃଂଶସତା ବୋଲି ଦର୍ଶାଇଛନ୍ତି। ଇରାନ ପରମାଣୁ ଅସ୍ତ୍ର ବିକଶିତ କରୁଥିବା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସେ କହିଛନ୍ତି। ଇରାନର ଅଭିଯୋଗ ଉପରେ ଆମେରିକା ଓ ଇସ୍ରାଏଲ ପକ୍ଷରୁ କୌଣସି ଜବାବ ଆସିନାହିଁ। ତେବେ ଆଇଏଇଏ ମଧ୍ୟପ୍ରାଚ୍ୟ ସ୍ଥିତି ଉପରେ ଚିନ୍ତା ପ୍ରକଟ କରିବା ସହିତ ସମସ୍ତ ପକ୍ଷକୁ ସଂଯମ ରକ୍ଷା କରିବାକୁ କହିଛନ୍ତି।
ଆମେରିକା-ଇସ୍ରାଏଲ ଇରାନର ପରମାଣୁ ସ୍ଥଳ ଉପରେ ଆକ୍ରମଣ କରିବାର କୌଣସି ପ୍ରମାଣ ମିଳିନାହିଁ ବୋଲି ଆଇଏଇଏ ନିର୍ଦ୍ଦେଶକ ଜେନେରାଲ ରାଫେଲ ଗ୍ରୋସି କହିଛନ୍ତି। ଗ୍ରୋସି ଏହାର ୩୫ ଜଣିଆ ସଦସ୍ୟଙ୍କୁ କହିଛନ୍ତି ଯେ, ଇରାନର ପରମାଣୁୁ ସ୍ଥଳ କ୍ଷତିଗ୍ରସ୍ତ ହେବାର କୌଣସି ପ୍ରମାଣ ପାଇନାହାନ୍ତି। ଇରାନର ପରମାଣୁ ନିୟାମକ କର୍ତ୍ତୃପକ୍ଷଙ୍କ ସହିତ ଆଇଏଇଏର କୌଣସି ସମ୍ପର୍କ ସ୍ଥାପନ ହୋଇପାରି ନାହିଁ।
ବିକିରଣ ହେବାର ପ୍ରମାଣ ନଥିବା ଆଇଏଇଏ କହିଲା
ରଏଟର୍ସ ରିପୋର୍ଟ ଅନୁଯାୟୀ, ଆଇଏଇଏ ମୁଖ୍ୟ ଗ୍ରୋସି ମଧ୍ୟ କହିଛନ୍ତି ଯେ, ଏପର୍ଯ୍ୟନ୍ତ ଇରାନ ସୀମାବର୍ତ୍ତୀ ଦେଶଗୁଡ଼ିକରେ ସାଧାରଣ ପୃଷ୍ଠଭୂମି ସ୍ତରଠାରୁ ଅଧିକ ବିକିରଣ ସ୍ତର ଚିହ୍ନଟ ହୋଇନାହିଁ। ତେବେ ସମ୍ଭାବ୍ୟ ରେଡିଓଲୋଜିକାଲ୍ ବିକିରଣକୁ ଅସ୍ୱୀକାର କରିପାରିବୁ ନାହିଁ, ଯେଉଁଥିରେ ପ୍ରମୁଖ ସହର କିମ୍ବା ବଡ଼ ଅଞ୍ଚଳକୁ ଖାଲି କରିବାର ଆବଶ୍ୟକତା ମଧ୍ୟ ଅନ୍ତର୍ଭୁକ୍ତ। ଆମକୁ କୂଟନୀତି ଓ ଆଲୋଚନାକୁ ମାଧ୍ୟମ କରିବାକୁ ପଡ଼ିବ ବୋଲି ଗ୍ରୋସି କହିଛନ୍ତି। ଯଦି କୌଣସି ବିକିରଣ ହୁଏ ତେବେ ଆଇଏଇଏ ସମସ୍ତ ସହାୟତା କରିବ। ଇରାନର ବୁଶହର ପରମାଣୁ ଶକ୍ତି କେନ୍ଦ୍ର, ତେହେରାନ ଅନୁସନ୍ଧାନ ରିଆକ୍ଟର ଓ ଅନ୍ୟ ପରମାଣୁ ଇନ୍ଧନ ଚକ୍ର ସୁବିଧା କ୍ଷତିଗ୍ରସ୍ତ ହେବାର କୌଣସି ସଙ୍କେତ ମିଳିନାହିଁ ବୋଲି ଗ୍ରୋସି କହିଛନ୍ତି।
ଅଧିକପଢ଼ନ୍ତୁ:ହାତୀ ଆକ୍ରମଣରେ ଦୁଇଜଣଙ୍କର ମୃତ୍ୟୁ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/03/02/ff343fdf-fe34-4539-b6bd-8bcb0d1923a1-2026-03-02-19-37-40.jpg)