ତୈଳବାହୀ ଜାହାଜ ଉପରକୁ ରକେଟ୍‌ ମାଡ ଘଟଣାରେ ସାଉଦି ଆରବର ହାତ ନାହିଁ : ଇରାନ

ତେହେରାନ : ଉପସାଗରୀୟ ଅଞ୍ଚଳ ଦିନକୁ ଦିନ ଯୁଦ୍ଧର ଘଟଘଟା ମଧ୍ୟକୁ ଠେଲି ହୋଇଯାଉଛି । ଗୋଟିଏ ପଟେ ତୁର୍କୀ ସିରିଆ ଉପରେ ଆକ୍ରମଣ କରିଥିବାବେଳେ, ଅନ୍ୟପଟେ ଇରାନ ଓ ସାଉଦିଆରବ ମଧ୍ୟରେ ତିକ୍ତତା ବିସ୍ଫୋରକ ରୂପ ନେଇଛି । ଶୁକ୍ରବାରଦିନ ତୈଳବାହୀ ଜାହାଜ ଉପରେ ହୋଇଥିବା ରକେଟ ଆକ୍ରମଣ ପଛରେ ସାଉଦି ଆରବର ହାତ ନାହିଁ ବୋଲି ଇରାନ ସ୍ପଷ୍ଟ କରିଛି । ଏହାଫଳରେ ଉତ୍ତେଜନା କିଛିଟା ହ୍ରାସ ପାଇଛି ।
ରକେଟ ମାଡ ହୋଇଥିବା ଏହି ଜାହାଜ ନ୍ୟାସନାଲ ଇରାନିଆନ ଟାଙ୍କର କମ୍ପାନିର ବୋଲି ଜଣାପଡିଛି । ତେବେ ଏହି ଘଟଣାରେ ଜାହାଜର କର୍ମଚାରୀମାନେ ସୁରକ୍ଷିତ ଅଛନ୍ତି । ଗତ ସେପ୍ଟେମ୍ବର ମାସରେ ସାଉଦି ଆରବର ସର୍ବବୃହତ ତେଲ କମ୍ପାନି ସାଉଦି ଆରାମକୋ ଉପରେ ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ଡ୍ରୋନ ସାହାଯ୍ୟରେ ଆକ୍ରମଣ କରିଥିଲେ । ଏହା ଫଳରେ ଏହି କାରଖାନାକୁ କିଛି ସପ୍ତାହ ପାଇଁ ବନ୍ଦ କରିବାକୁ ପଡିଥିଲା ।

ସମ୍ବନ୍ଧିତ ଖବର