ତେହରାନ: ପରମାଣୁ କାର୍ଯ୍ୟକ୍ରମକୁ ନେଇ ଏବେ ଇରାନ ଓ ଆମେରିକା ମଧ୍ୟରେ ଲାଗି ରହିଥିବା ତିକ୍ତତା ଚରମରେ ପହଞ୍ଚିଛି ଏବଂ ଯେ କୌଣସି ମୁହୂର୍ତ୍ତରେ ଏହା ଯୁଦ୍ଧର ରୂପ ନେଇପାରେ। ଏଭଳି ସ୍ଥିତିରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖେମିନି ଦେଶର ସଶସ୍ତ୍ର ବାହିନୀକୁ ହାଇ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଆମେରିକା ଯଦି ଇରାନ ଉପରେ ଆକ୍ରମଣ ତା’ହେଲେ  ଇରାକ, କୁଏତ, ସଂଯୁକ୍ତ ଆରବ ଏମିରେଟ୍ସ, କତର, ତୁର୍କୀ ଏବଂ ବାହାରେନ ଯେଭଳି ଆମେରିକାକୁ ସହାୟତା ନ କରନ୍ତି ସେଥିପାଇଁ ଇରାନ କଡ଼ା ବାର୍ତ୍ତା ପଠାଇଛି। ଇରାନ ଚେତାବନୀ ଦେଇଛି ଯେ ଯଦି ଏହି ରାଷ୍ଟ୍ରମାନେ ଆକ୍ରମଣ ସମୟରେ ଆମେରିକାକୁ କୌଣସି ଉପାୟରେ ସାହାଯ୍ୟ କରନ୍ତି, ତେବେ ଏହା ଶତ୍ରୁତା ପୂର୍ଣ୍ଣ କାର୍ଯ୍ୟ ବୋଲି ବିବେଚନା କରାଯିବ ଏବଂ ଅନୁରୂପ ଜବାବ ଦିଆଯିବ ।

Advertisment

ଓମାନ ମାଧ୍ୟମରେ ଆମେରିକା ସହ ଆଲୋଚନା
ପାଇଁ ପ୍ରସ୍ତାବ

ସୂଚନାଯୋଗ୍ୟ, ଇସ୍ରାଏଲ ଓ ଆମେରିକା ଇରାନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ଚଳାଇଛନ୍ତି ବୋଲି ଦାବି କରାଯାଉଥିବା ବେଳେ ଏହାର ମୁକାବିଲା ପାଇଁ ଖେମିନି ସବୁ ଦିଗରୁ ପ୍ରସ୍ତୁତ ହେଉଛନ୍ତି। ଇତିମଧ୍ୟରେ ଇରାନ ପରମାଣୁ ଚୁକ୍ତି  ନେଇ ଆମେରିକା ସହ ସିଧାସଳଖ ଆଲୋଚନାକୁ ପ୍ରତ୍ୟାଖ୍ୟାନ କରିଛି, କିନ୍ତୁ ଓମାନ ମାଧ୍ୟମରେ ପରୋକ୍ଷ ଆଲୋଚନା ଜାରି ରଖିବାକୁ ଇଚ୍ଛୁକ ବୋଲି ଜଣାଇ ଦେଇଛି। ମାର୍ଚ୍ଚ ୭ ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ସେ ଆଲୋଚନା ପାଇଁ ଇରାନର ସର୍ବୋଚ୍ଚ ନେତାଙ୍କୁ ଏକ ପ୍ରସ୍ତାବ ପଠାଇଛନ୍ତି ।  ଯଦି ଆଲୋଚନା ବିଫଳ ହୁଏ, ତେବେ ସେ ଦୁଇ ସପ୍ତାହ ମଧ୍ୟରେ ଇରାନ ଉପରେ ଅଧିକ ଆର୍ଥିକ କଟକଣା ଲାଗୁ ହେବ।  ପରମାଣୁ ପ୍ରସଙ୍ଗରେ ଇରାନ ଆମେରିକାର ପ୍ରସ୍ତାବ ନ ମାନିଲେ ବୋମା ବର୍ଷା ହେବ ବୋଲି  ମଧ୍ୟ ଟ୍ରମ୍ପ ଚେତାବନୀ ଦେଇଥିଲେ।