ବାଗଦାଦ : ଇରାକ୍ର ଅଦାଲତ ଆଜି ୧୬ ଜଣ ମହିଳା ଆଇଏସ୍ ସଦସ୍ୟଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛି। ଏହି ସମସ୍ତ ମହିଳା ତୁର୍କୀର ବୋଲି ଜଣାପଡ଼ିଛି। ସେମାନେ ଆଇଏସ୍ରେ ସାମିଲ ହେବାପରେ ଇରାକୀ ସେନା ବିରୋଧରେ ଲଢ଼େଇ କରୁଥିଲେ। ଆଇଏସ୍ ନିପାତ ଅଭିଯାନ ବେଳେ ଏହି ମହିଳାମାନଙ୍କୁ ଗିରଫ କରାଯାଇଛି । ଏବେ ଇରାକ୍ର ବିଭିନ୍ନ ଜେଲ୍ରେ ଆଇଏସ୍ ସହ ସଂପୃକ୍ତ ୧୫ ଶହ ମହିଳା ବନ୍ଦୀ ରହିଛନ୍ତି। ମୃତ୍ୟୁ ଦଣ୍ଡ ପାଇଥିବା ସମସ୍ତ ମହିଳା ଅତ୍ୟାଧୁନିକ ଅସ୍ତ୍ର ତାଲିମ ନେଇଥିଲେ ଏବଂ ଇରାକ୍ ସେନା ଓ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ କରୁଥିଲେ।
୧୬ ମହିଳା ଆଇଏସ୍ ସଦସ୍ୟଙ୍କୁ ମୃତ୍ୟୁଦଣ୍ଡ
/sambad/media/post_attachments/wp-content/uploads/2018/02/iraq.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)