ନୂଆଦିଲ୍ଲୀ: ଶୁକ୍ରବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ମାଇକ୍ ପମ୍ପିଓ କହିଛନ୍ତି ଯେ ଶୀର୍ଷସ୍ତରୀୟ ଇରାନ୍ କମାଣ୍ଡର୍ କାଶିମ୍ ସୁଲେମାନିିଙ୍କ ମୃତ୍ୟୁ ପରେ ଇରାକ୍ବାସୀ ରାସ୍ତାରେ ନୃତ୍ୟ କରୁଛନ୍ତି।
ଲୋକେ ଶୋଭାଯାତ୍ରା କରୁଥିବାର ଏକ ଭିଡିଓ ସେୟାର୍ କରି ପମ୍ପିଓ କହିଛନ୍ତି: ଇରାକ୍ବାସୀ- ଇରାକ୍ବାସୀ- ସ୍ୱାଧୀନତା ପାଇଁ ରାସ୍ତାରେ ନୃତ୍ୟ କରୁଛନ୍ତି; ଜେନେରାଲ୍ ସୁଲେମାନି ଆଉ ନାହାନ୍ତି ବୋଲି ଆଶ୍ୱସ୍ତ।
/sambad/media/post_attachments/wp-content/uploads/2020/01/bagdad1-300x180.jpg)
ପମ୍ପିଓ ଟୁଇଟର୍ରେ ସେୟାର୍ କରିଥିବା ୨୨ ସେକେଣ୍ଡ୍ ଅବଧିର ଏହି ଭିଡିଓରେ ଦେଖାଯାଉଛି, ଏକାଧିକ ମିଟର ଲମ୍ବା ଇରାକ୍ର ଜାତୀୟ ପତାକା ଧରି ଲୋକେ ରାସ୍ତାରେ ଦୌଡୁଛନ୍ତି। ଭିଡିଓଟି ଇରାକ୍ର କେଉଁ ସ୍ଥାନରୁ ଉତ୍ତୋଳନ କରାଯାଇଛି ତାହା ଜଣାପଡ଼ିନାହିଁ।
ଶୁକ୍ରବାର ପ୍ରତ୍ୟୁଷରେ ବାଗଦାଦର ଆନ୍ତର୍ଜାତିକ ବିମାନ ବନ୍ଦରରେ ଇରାନ୍ର ଶୀର୍ଷସ୍ତରୀୟ ଜେନେରାଲ୍ ଏବଂ ମଧ୍ୟପ୍ରାଚ୍ୟରେ ତେହେରାନ୍ ଛାୟା ଯୁଦ୍ଧର ବିନ୍ଧାଣୀ ଜେନେରାଲ୍ କାଶିମ୍ ସୁଲେମାନିଙ୍କୁ ଯୁକ୍ତରାଷ୍ଟ୍ର ଆମେରିକା କ୍ଷେପଣାସ୍ତ୍ର ନିକ୍ଷେପ କରି ହତ୍ୟା କରିଛି।
ତାଙ୍କୁ ହତ୍ୟା କରିବାକୁ ରାଷ୍ଟ୍ରପତି ଟ୍ରମ୍ପ୍ ଆଦେଶ ଦେଇଥିଲେ ବୋଲି ପେଣ୍ଟାଗନ୍ କହିଛି।