ପ୍ରଥମ ଥରଲାଗି ଏହି ଟ୍ରେନରେ ରହିବ ମୁଭି କୋଚ୍, ମିଳିବ ସିନେମା ଦେଖିବାର ସୁବିଧା

ନୂଆଦିଲ୍ଲୀ: ଆଗାମୀ ଅକ୍ଟୋବର ମାସରୁ ଭାରତରର ପ୍ରଥମ ଘରୋଇ ଟ୍ରେନ ତେଜସ ଏକ୍ସପ୍ରେସ ଚଳାଚଳ ଆରମ୍ଭ କରିବ। ଦୁଇଟି ତେଜସ ଏକ୍ସପ୍ରେସ ଚଳାଚଳ ଆରମ୍ଭ କରିବ। ଏଥିମଧ୍ୟରୁ ଗୋଟିଏ ଦିଲ୍ଲୀଠାରୁ ଲକ୍ଷ୍ନୌ ଯାଏଁ ଚଳାଚଳ କରିବ ଏବଂ ଅନ୍ୟଟି ଅହମ୍ମଦାବାଦରୁ ମୁମ୍ବାଇ ଯିବ। ଏଥିମଧ୍ୟରୁ ଅହମ୍ମଦାବାଦରୁ ମୁମ୍ବାଇ ଯାଉଥିବା ତେଜସ ଏକ୍ସପ୍ରେସରେ ଏକ ମୁଭି କୋଚ୍ ରହିବ। ଏଥିରେ ଯାତ୍ରୀମାନେ ଯାତ୍ରା ସମୟରେ ସିନେମା ଦେଖିପାରିବେ।

ଏସଂପର୍କରେ ସୂଚନା ଦେଇ ୱେଷ୍ଟର୍ଣ୍ଣ ଗ୍ରୁପର ଜେନେରାଲ ମ୍ୟାନେଜର୍ ରାହୁଲ ହିମାଲିୟନ୍ କହିଛନ୍ତି ଏହି ମୁଭି କୋଚର ପ୍ରସ୍ତୁତି ଚାଲିଛି। ଏଥିଲାଗି ଆଇଆରସିଟିସିପକ୍ଷରୁ କେତେକ ମଲ୍ଟିପ୍ଲେକ୍ସ ଚେନ ସହିତ କଥାବାର୍ତ୍ତା ଚାଲିଛି। ଅହମ୍ମଦାବାଦରୁ ଏହି ତେଜସ ଏକ୍ସପ୍ରେସ ସକାଳ ୬ଟା ୪୦ ମିନିଟରେ ବାହାରି ଅପରାହ୍ନ ୧ଟା୧୦ ମିନିଟ ସମୟରେ ମୁମ୍ବାଇ ସେଣ୍ଟ୍ରାଲରେ ପହଞ୍ଚିବ।

Image result for tejas express
photo-indiatimes.com

ସୂଚନାଯୋଗ୍ୟ, ଭାରତର ଅନ୍ୟତମ ଦ୍ରୁତ ଟ୍ରେନ ତେଜସ ଏକ୍ସପ୍ରେସରେ ପାଣି ବୋତଲ ସହିତ ଆରଓ ସୁବିଧା ଦିଆଯିବ । ପ୍ରତି ବଗିରେ ଜଣେ ଯାତ୍ରୀଙ୍କୁ ମାତ୍ର ଗୋଟିଏ ପାଣି ବୋତଲ ଦିଆଯିବ ବୋଲି ଜଣାଯାଇଛି। ଆଇଆରସିଟିସିର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ ଯାତ୍ରୀମାନଙ୍କୁ ପାଣି ବୋତଲ ଦିଆଯିବ । ଏଥି ସହିତ ପ୍ରତ୍ୟେକ କୋଚରେ ଆରଓ ପାଣିର ସୁବିଧା କରାଯିବ । ଏଥିରୁ ପାଣି ପ୍ୟାକିଂ କରାଯାଇପାରିବ ।
ଟ୍ରେନର କିଛି ସ୍ଥାନରେ ଆରଓ ପାଣି ବ୍ୟବସ୍ଥା କରିବାକୁ କମ୍ପାନି ଚିନ୍ତା କରୁଛି ।

ଦିଲ୍ଲୀ-ଲକ୍ଷ୍ନୌ ଓ ମୁମ୍ବାଇ-ଅହମ୍ମଦାବାଦ ତେଜସ ଏକ୍ସପ୍ରେସରେ ଆଇଆରସିଟିସି ଦ୍ୱାରା ପରିଚାଳନା କରାଯିବାକୁ ଥିବା ଟ୍ରେନରେ ପ୍ରଥମେ ଏହି ସୁବିଧା ମିଳିପାରେ । ଏଥି ସହିତ କିଛି ସ୍ୱତନ୍ତ୍ର ଟ୍ରେନରେ ଘରୋଇ ଅପରେଟରଙ୍କୁ ମଧ୍ୟ ଏହି ଦାୟିତ୍ୱ ଦେବାକୁ ଭାରତୀୟ ରେଳବାଇ ଚିନ୍ତା କରୁଛି ।

 

ସମ୍ବନ୍ଧିତ ଖବର