ନୂଆଦିଲ୍ଲୀ: ଆଇଆର୍ସିଟିସି ଦୁର୍ନୀତି ମାମଲାରେ ସମ୍ପୃକ୍ତି ଯୋଗଁ ଡିସେମ୍ବର ୨୦ ତାରିଖରେ ଭିଡିଓ କନ୍ଫରେନ୍ସ୍ ଜରିଆରେ ହାଜର ହେବାକୁ ସୋମବାର ଦିନ ଦିଲ୍ଲୀର ଏକ ଅଦାଲତ ଆର୍ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ନର୍ଦେଶ ଦେଇଛନ୍ତି।
ଅସୁସ୍ଥତା କାରଣବଶତଃ, ଅଭିଯୁକ୍ତ ଅଦାଲତରେ ହାଜର ହୋଇ ପାରିବେ ନାହିଁ ବୋଲି କୁହାଯିବାରୁ ସ୍ୱତନ୍ତ୍ର ବିଚାରପତି ଅରୁଣ ଭରଦ୍ୱାଜ ଏଭଳି ନିର୍ଦେଶ ଦେଇଛନ୍ତି।
ଯଦି ସେ ଡାକ୍ତରଖାନାରେ କି, ଜେଲ୍ରେ ଅଛନ୍ତି, ସେଠାରୁ ସେ ଭିଡିଓ କନ୍ଫରେନ୍ସ୍ରେ ହାଜର କରାଇବାକୁ ଅଦାଲତ ସିବିଆଇ ଏବଂ ଇଡିକୁ ନିର୍ଦେଶ ଦେଇଛନ୍ତି।
ଲାଲୁଙ୍କ ପତ୍ନୀ ରାବ୍ଡ଼ୀ ଦେବୀ, ପୁତ୍ର ତେଜସ୍ୱୀ ଏବଂ ଅନ୍ୟମାନଙ୍କୁ ଜାମିନ ଆବେଦନକୁ ପ୍ରବର୍ତ୍ତନ ନିର୍ଦେଶାଳୟ ବିରୋଧ କରିଛି। ସେମାନେ ପ୍ରଭାବଶାଳୀ ହୋଇଥିବାରୁ ଜାମିନ ମିଳିଲେ ତଦନ୍ତରେ ବ୍ୟାଘାତ କରିବେ ବୋଲି କାରଣ ଦର୍ଶାଇଛି ପ୍ରବର୍ତ୍ତନ ନିର୍ଦେଶାଳୟ।
ଆଇଆର୍ସିଟିସିର ଦୁଇଟି ହୋଟେଲ୍ ଚଳାଇବା ନିମନ୍ତେ ଏକ ଘରୋଇ ଫାର୍ମକୁ ଠିକା ଦିଆଯାଇଥିବା ଘଟନାରେ ଅନିୟମିତତା ହୋଇଥିବା ଅଭିଯୋଗ ସଂକ୍ରାନ୍ତରେ ଏହି ମାମଲା ଚାଲିଛି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/11/lalu.jpg)