ଆଇଆରସିଟିସି ଦୁର୍ନୀତି: ତେଜସ୍ୱୀ ଯାଦବଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍‌ କର୍ପୋରେସନ୍‌ (ଆଇଆରସିଟିସି) ଦୁର୍ନୀତିରେ ଜାମିନ ବାତିଲ କରିବାକୁ ସିବିଆଇର ଆବେଦନ ଉପରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଦିଲ୍ଲୀର ଏକ ଅଦାଲତ ବୁଧବାର ବିହାର ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ୱୀ ଯାଦବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ମାମଲାରେ ନିଜର ପ୍ରତିକ୍ରିୟା ଦାଖଲ କରିବାକୁ ଯାଦବଙ୍କ ଓକିଲଙ୍କୁ ସମୟ ପ୍ରଦାନ କରି ସ୍ୱତନ୍ତ୍ର ବିଚାରପତି (ସିବିଆଇ) ଗୀତାଞ୍ଜଳି ଗୋଏଲ ଅକ୍ଟୋବର ୧୮ରେ ଆରଜେଡି ନେତାଙ୍କୁ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପୂର୍ବରୁ ସେପ୍ଟେଟର ୧୮ ରେ ଅଦାଲତ ଯାଦବଙ୍କୁ ଯାଞ୍ଚ ଏଜେନ୍‌ସି ଦ୍ୱାରା ଆଗତ ଆବେଦନ ଉପରେ ଏକ ବିଜ୍ଞପ୍ତି ଜାରି କରିଥିଲେ ଏବଂ ଏହି ମାମଲାରେ ତାଙ୍କର ଉତ୍ତର ମାଗିଥିଲେ।

ଉଲ୍ଲେଖଯୋଗ୍ୟ, ଏକ ଘରୋଇ ସଂସ୍ଥାକୁ ଦୁଇଟି ଆଇଆରସିଟିସି ହୋଟେଲର କାର୍ଯ୍ୟକ୍ଷମ ଚୁକ୍ତିନାମା ପ୍ରଦାନରେ ଅନିୟମିତତା ସମ୍ବନ୍ଧୀୟ ମାମଲାରେ ତାଙ୍କ ବିରୋଧରେ ଜାରି ହୋଇଥିବା ସମନ ଅନୁଯାୟୀ ହାଜର ହେବା ପରେ ଅଦାଲତ ଅକ୍ଟୋବର ୨୦୧୮ରେ ଯାଦବଙ୍କୁ ଜାମିନ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର