ନୂଆଦିଲ୍ଲୀ: ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ (ଆଇଆରସିଟିସି) ଚାଲୁଥିବା ଟ୍ରେନର ଟିକେଟ୍ ବୁକିଂକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ସ୍ଥଗିତ ରଖିଛି। ଆଇଆରସିଟିସି ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆଇଆରସିଟିସି ବର୍ତ୍ତମାନ ଦୁଇଟି ତେଜସ ଟ୍ରେନ୍ ଏବଂ ଗୋଟିଏ କାଶୀ ମହାକାଲ ଏକ୍ସପ୍ରେସ ଚଳାଉଛି। ବର୍ତ୍ତମାନ ଏହି ତିନୋଟିର ଟିକେଟ୍ ବୁକିଂ ଏପ୍ରିଲ ୩୦ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି | ଯେଉଁ ଯାତ୍ରୀମାନେ ତିନିଟି ଆଇଆରସିଟିସି ଚାଳିତ ଟ୍ରେନରେ ଟିକେଟ୍ ବୁକ୍ କରିଥିଲେ ସେମାନଙ୍କୁ ଟଙ୍କା ଫେରସ୍ତ କରାଯିବ।
ଏହି ସମୟରେ ସାରା ଦେଶରେ ୨୧ ଦିନିଆ ଲକଡ଼ାଉନ ଘୋଷଣା କରାଯାଇଛି । ଯାହା ପାଇଁ ଭାରତୀୟ ରେଳର ସମସ୍ତ ଟ୍ରେନର ଚଳାଚଳ ବନ୍ଦ ହୋଇଯାଇଛି। ଏହି ଲକଡାଉନ୍ ଏପ୍ରିଲ ୧୪ରେ ଶେଷ ହେବାକୁ ଥିବା ବେଳେ ଏହାର ଅବଧି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଏଭଳି ପରିସ୍ଥିତିରେ ଟ୍ରେନ୍ ଏବଂ ଏୟାରଲାଇନ୍ସ ଟିକେଟ୍ ବୁକିଂକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ଉପୁଯିଛି। ଅନେକ ବିମାନ ସେବା କମ୍ପାନି ଏପ୍ରିଲ ୧୫ରୁ ବୁକିଂ ଆରମ୍ଭ କରୁଥିବା ବେଳେ ରେଳବାଇ ମଙ୍ଗଳବାର ରାତି ୧୨ଟାରୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ଟ୍ରେନରେ ଟିକେଟ ବୁକିଂ ଆରମ୍ଭ କରିଥିଲା।
livemintଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଅନେକ ରାଜ୍ୟର ସରକାର କରାଯାଇଥିବା ଲକଡ଼ାଉନର ଅବଧିକୁ ବୃଦ୍ଧି କରାଇବା ପାଇଁ ଦାବି କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଲକଡ଼ାଉନର ସମୟସୀମା ବଢ଼ିବାର ଆଶଙ୍କା ଦେଖାଦେଇଛି । ଏ ନେଇ ପରିସ୍ଥିତିକୁ ଦେଖି ଭାରତୀୟ ରେଳ ସମସ୍ତ ଟ୍ରେନର ଟିକେଟ୍ ବୁକିଂକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ସ୍ଥଗିତ ରଖିଥିବା ଜଣା ପଡ଼ିଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/xju-1586265452.jpg.pagespeed.ic_.SMQlqIQBm8.jpg)