ରେଳବାଇର ନୂଆ ପଦକ୍ଷେପ: କ୍ୟାନସେଲ୍‌ ଟିକେଟ୍‌ ହେବ ଅପ୍‌ଡେଟ୍‌, ଯାତ୍ରୀଙ୍କୁ ମିଳିବ ଏହି ସୁବିଧା

ନୂଆଦିଲ୍ଲୀ:ଭାରତୀୟ ରେଳବାଇ ଯାତ୍ରୀମାନଙ୍କପାଇଁ ୨୦୧୯ ନବବର୍ଷରୁ ଏକ ନୂଆ ପଦକ୍ଷେପ ଉଠାଇବାକୁ ଯାଉଛନ୍ତି। ଏହି ପଦକ୍ଷେପସ୍ୱରୂପ ଚଳନ୍ତା ଟ୍ରେନରେ ଟିଟିଇଙ୍କୁ ଟିକେଟ୍‌ କ୍ୟାନସେଲ୍‌ ହେବାର ସୂଚନା ମିଳିବ। ଯଦି ଟ୍ରେନ୍‌ ଚାଲିବା ପରେ କୌଣସି ଯାତ୍ରୀ ନିଜର ଟିକେଟ୍‌କୁ କ୍ୟାନସେଲ୍‌ କରନ୍ତି,ତେବେ ଟିଟିଇ ସେହି ଖାଲି ବର୍ଥକୁ ଯେଉଁମାନେ ରିଜର୍ଭେସନ୍‌ ଅପେକ୍ଷାରେ ଥିବେ,ସେମାନଙ୍କୁ ଦେଇ ପାରିବେ। ଏଥିପାଇଁ ଟିଟିଇଙ୍କୁ ହ୍ୟାଣ୍ଡ୍‌ ହେଲ୍‌ଡ ଟର୍ମିନାଲ୍‌ ଦିଆଯିବ। ଏହି ଟର୍ମିନାଲ୍‌ ସିଧା ରେଳବାଇର ସର୍ଭର ସହିତ ଯୋଡ଼ି ହେବ। ପ୍ରତ୍ୟେକ ସମୟରେ ଏହି ଟର୍ମିନାଲ୍‌ରେ ଟ୍ରେନରେ ଥିବା ସିଟ୍‌ର ସ୍ଥିତି ଅପ୍‌ଡେଟ୍‌ କରାଯିବ।


ଏହି ବ୍ୟବସ୍ଥା କେତେକ ଶତାବ୍ଦୀ , ରାଜଧାନୀ ଟ୍ରେନରେ ପ୍ରଚଳନ କରାଯାଇଛି। ଜାନୁଆରୀ ୧ ତାରିଖରୁ ଅନ୍ୟ ଟ୍ରେନ୍‌ମାନଙ୍କରେ ବି ଏହି ବ୍ୟବସ୍ଥାର ଶୁଭାରମ୍ଭ କରାଯିବ। ଦୁଇ ପର୍ଯ୍ୟାୟରେ ୮ ହଜାର ଟିଟିଇଙ୍କୁ ଏହି ଟର୍ମିନାଲ୍‌ ଦିଆଯିବ। ଏହି ବ୍ୟବସ୍ଥା ପ୍ରଚଳନରେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଟିକେଟ୍‌ ସୁବିଧା ଜଣକ ଭାବେ ଉପଲବ୍ଧ ହେବ। ଏଥିରେ ଟ୍ରେନ ଛାଡିବାର ଦୁଇଟି ଷ୍ଟେସନ୍‌ପରେ ହିଁ ଟିଟିଇ ବାତିଲ ହୋଇଥିବା ଟିକେଟ୍‌ର ବର୍ଥରେ ଅନ୍ୟ ଯାତ୍ରୀଙ୍କୁ ବସିବାକୁ ଅନୁମତି ଦେଇପାରିବେ। ଏହି ବ୍ୟବସ୍ଥାର ପ୍ରଚଳନ ଫଳରେ ଟିଟିଇମାନଙ୍କୁ ଯାଞ୍ଚ କରିବାକୁ କମ୍‌ ସମୟ ଲାଗିବ।

 

ସମ୍ବନ୍ଧିତ ଖବର