ଏଣିକି ଖାଦ୍ୟ ପ୍ରସ୍ତୁତି ବେଳର ଭିଡିଓ ଦେଖି ପାରିବେ ରେଳ ଯାତ୍ରୀ, ଆଇଆର୍‌ସିଟିସି ସାଇଟରେ ହେବ ଲାଇଭ୍‌

ନୂଆଦିଲ୍ଲୀ : କିଛି ଦିନ ତଳେ ଟ୍ରେନରେ ଯାତ୍ରୀମାନଙ୍କୁ ଦିଆ ଯାଉଥିବା ଚା’କୁ ନେଇ ଏକ ବଡ଼ ଖୁଲାସା ହୋଇଥିଲା । ଶୌଚାଳୟର ପାଣି ବ୍ୟବହାର କରି ଯାତ୍ରୀମାନଙ୍କୁ ଚା’ ତିଆରି କରି ଦିଆ ଯାଉଛି ବୋଲି ଏକ ଭିଡ଼ିଓ ଭାଇରାଲ ହୋଇଥିଲା । ଏହି ଭିଡ଼ିଓ ଦେଖିବା ହେବା ପରେ ଯାତ୍ରୀମାନଙ୍କର ରେଳବାଇ ଉପରେ ଥିବା ଭରସା କମ ହେବାରେ ଲାଗିଥିଲା । ପୁଣି ଥରେ ଯାତ୍ରୀମାନଙ୍କ ଭରସା ଫେରି ପାଇବା ପାଇଁ ଆଇଆର୍‌ସିଟିସି ତରଫରୁ ଯାତ୍ରୀମାନଙ୍କ ପାଇଁ ରନ୍ଧା ଯାଉଥିବା ଖାଦ୍ୟର ଲାଇଭ୍‌ ଭିଡ଼ିଓ ପ୍ରସାରଣ କରାଯିବ ବୋଲି ରେଳମନ୍ତ୍ରୀ ପୀୟୁଷ ଗୋଏଲ ମଙ୍ଗଳବାର ଘୋଷଣା କରିଛନ୍ତି ।

indiatimes.com

ଯାତ୍ରୀମାନେ ଟ୍ରେନରେ ଯାତ୍ରା କରିବା ସମୟରେ ତାଙ୍କ ପାଇଁ ରନ୍ଧା ଯାଉଥିବା ଖାଦ୍ୟର ଲାଇଭ ଭିଡ଼ିଓ ଦେଖି ପାରିବେ ବୋଲି ଜଣାପଡ଼ିଛି । ଏଥି ପାଇଁ ସେମାନେ ଆଇଆରସିଟିସି ସାଇଟ୍‌କୁ ଯାଇ ଖାଦ୍ୟ ଠିକ୍‌ ଭାବରେ ତିଆରି କରାଯାଉଛି କି ନାହିଁ ଦେଖି ପାରିବେ । ଟ୍ରେନରେ ଯାତ୍ରୀମାନଙ୍କ ସୁରକ୍ଷା ଏବଂ ସେମାନଙ୍କ ପାଇଁ ଥିବା ସୁବିଧାରେ ସୁଧାର ଆଣିବା ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଛି ବୋଲି ଗୋଏଲ କହିଛନ୍ତି । ଆଇଆରସିଟିସି ଦ୍ୱାରା ପରିଚାଳିତ ୨୦୦ଟି ରୋଷେଇ ଘର ମଧ୍ୟରୁ ଏ ପର୍ଯ୍ୟନ୍ତ ୧୬ଟି ରୋଷେଇ ଘରେ କ୍ୟାମେରା ଲାଗି ସାରିଛି । ଦିଲ୍ଲୀ,ମୁମ୍ବାଇ ଏବଂ ଭୁବନେଶ୍ୱରରେ ଥିବା ରେଳ ଷ୍ଟେସନର ରୋଷେଇ ଘରେ କ୍ୟାମେରା ଲଗା ଯାଇ ସାରିଥିବା ଜଣାପଡ଼ିଛି । ଯଦି ରୋଷେଇ କରିବା ସମୟରେ ରୋଷେୟା ନିଜର ୟୁନିଫର୍ମ ନ ପିନ୍ଧିଥିବେ ତେବେ ତାହା ଆପେ ଆପେ ଟ୍ରାକ୍‌ ହେବା ସହ କଣ୍ଟ୍ରାକ୍ଟରଙ୍କ ପାଖକୁ ରିପୋର୍ଟ ଚାଲିଯିବ ।

ସମ୍ବନ୍ଧିତ ଖବର