୧ ଘଣ୍ଟା ବିଳମ୍ବରେ ପହଞ୍ଚିବାରୁ ଯାତ୍ରୀଙ୍କୁ ୬୩ ହଜାର ଟଙ୍କାର କ୍ଷତିପୂରଣ ଦେବ ଆଇଆରସିଟିସି

ନୂଆଦିଲ୍ଲୀ: ଭାରତରେ ଚାଲୁଥିବା ଟ୍ରେନ ବେଳେବେଳେ ବିଳମ୍ବରେ ଗନ୍ତବ୍ୟ ସ୍ଥଳରେ ପହଂଚିବା କଥା ଆପଣ ଜାଣିଥିବେ | ବେଳେବେଳେ ଟ୍ରେନ ଗୋଟିଏ ଗୋଟିଏ ଦିନ ମଧ୍ୟ ବିଳମ୍ବରେ ଚାଲିଥାଏ | ଏହି ସମସ୍ୟାରୁ ମୁକୁଳିବା ପାଇଁ ଆଇଆରସିଟିସି(ଇଣ୍ଡିଆନ ରେଲୱେ କ୍ୟାଟେରିଙ୍ଗ ଓ ଟୁରିଜିମ କର୍ପୋରେସନ) ଟଙ୍କା ଫେରସ୍ତ ବ୍ୟବସ୍ଥା ଆପଣାଇଥିଲା | ତେଜସ ଏକ୍ସପ୍ରେସ ପାଇଁ ଏହି ନିୟମ ଲାଗୁ ହୋଇଥିବାବେଳେ ଦ୍ଵିତୀୟ ଥର ପାଇଁ ଏବେ ଟ୍ରେନ ବିଳମ୍ବ ପାଇଁ ଯାତ୍ରୀଙ୍କୁ ଆଇଆରସିଟିସି କ୍ଷତିପୂରଣ ଦେବ | ବୁଧବାର ଦିନ ଅହମଦାବାଦରୁ ମୁମ୍ବାଇ ଯାଉଥିବା ତେଜସ ଏକ୍ସପ୍ରେସ ୧ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲା |

image source–jansatta

ଏଥିପାଇଁ ଆଇଆରସିଟିସି ପକ୍ଷରୁ ଏବେ ଯାତ୍ରୀଙ୍କୁ ୬୩ ହଜାର ଟଙ୍କାର କ୍ଷତିପୂରଣ ଦେବାକୁ ପଡିବ | ମିଳିଥିବା ସୂଚନା ମୁତାବକ ଜାନୁୟାରୀ ୧୯ ତାରିଖରେ ଅହମଦାବାଦ ମୁମ୍ବାଇ ମଧ୍ୟରେ ତେଜସ ଟ୍ରେନ ଚଳାଚଳ ଆରମ୍ଭ କରିଥିଲା | ବୁଧବାର ଏହି ଟ୍ରେନ ୧ ଘଣ୍ଟା ବିଳମ୍ବରେ ମୁମ୍ବାଇ ଷ୍ଟେସନରେ ପହଞ୍ଚିଥିଲା | ଆଉ ନିୟମ ମୁତାବକ ଯାତ୍ରୀଙ୍କୁ ଏଥିପାଇଁ ୧୦୦ ଟଙ୍କା ଲେଖାଏଁ କ୍ଷତିପୂରଣ ଆଇଆରସିଟିସି ଦେବ |

ଟ୍ରେନରେ ଯାତ୍ରା କରିଥିବା ୬୩୦ ଜଣ ଯାତ୍ରୀଙ୍କୁ ୧୦୦ ଟଙ୍କା ଲେଖାଏଁ ହିସାବରେ ସମୁଦାୟ ୬୩ ହଜାର ଟଙ୍କା ଆଇଆରସିଟିସି ଦେବ | ଏଠାରେ ସୂଚନା ଥାଉ କି ଅକ୍ଟୋବର ୧୭ ତାରିଖ ୨୦୧୯ରେ ମଧ୍ୟ ଦିଲ୍ଲୀଠାରୁ ଲକ୍ଷ୍ନୌ ଯାଏଁ ଯାତ୍ରା କରୁଥିବା ତେଜସ ଏକ୍ସପ୍ରେସ ଶୁକ୍ରବାର ତିନିଘଣ୍ଟା ବିଳମ୍ବରେ ଲକ୍ଷ୍ନୌରେ ପହଞ୍ଚିଥିଲା | ଯାହାକୁ ନେଇ ଯାତ୍ରୀଙ୍କୁ କ୍ଷତିପୂରଣ ମିଳିଥିଲା |ଆଇଆରସିଟିସି ବୀମା କମ୍ପାନୀ ପକ୍ଷରୁ ତିନି ଘଣ୍ଟା ବିଳମ୍ବ ପାଇଁ ୩୦୦ ଟଙ୍କା ଲେଖାଏଁ କ୍ଷତିପୂରଣ ମିଳିଥିଲା | ନିୟମ ମୁତାବକ ଯଦି ୧ ଘଣ୍ଟା ଯାତ୍ରା ବିଳମ୍ବ ହୁଏ ତେବେ ଯାତ୍ରୀଙ୍କୁ ୧୦୦ ଟଙ୍କାର ଅର୍ଥ ଦିଆଯିବ ବୋଲି ଘୋଷଣା କରାଯାଇଥିଲା |

ସମ୍ବନ୍ଧିତ ଖବର