ତେଲ ଅଭିଭ୍: ଆମେରିକା ଓ ଇସ୍ରାଏଲ ଆକ୍ରମଣରେ ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ଼ କର୍ପସ (ଆଇଆର୍ଜିସି) କମାଣ୍ଡର ମହମ୍ମଦ ପାକ୍ପୋର୍ ନିହତ ହୋଇଥିବା ଇସ୍ରାଏଲ ବ୍ରଡକାଷ୍ଟର ଏନ୍୧୨ ଏହାର ରିପୋର୍ଟରେ ପ୍ରକାଶ କରିଛି। ତେବେ ପାକ୍ପୋର୍ଙ୍କ ମୃତ୍ୟୁ ନେଇ ଇରାନ ପକ୍ଷରୁ ଆଧିକାରିକ ଭାବେ କୌଣସି ସୂଚନା ପ୍ରଦାନ କରାଯାଇନାହିଁ। ପୂର୍ବତନ କମାଣ୍ଡର ହୁସେନ୍ ସଲାମିଙ୍କୁ ହଟେଇ ୨୦୨୫ରେ ଇରାନ ସର୍ବୋଚ୍ଚ ନେତା ଅୟାତୋଲ୍ଲା ଖେମିନି ପାକ୍ପୋର୍ଙ୍କୁ ମେଜର ଜେନେରାଲ ପାହ୍ୟାକୁ ପଦୋନ୍ନତି ଦେଇଥିଲେ।
ଆଇଆରଜିସିର କ୍ଷମତା ବୃଦ୍ଧି କରିବାକୁ ପାକ୍ପୋର୍ ନିର୍ଦ୍ଦେଶ ଦେଇଥିଲେ। କିଛି ଦିନ ପୂର୍ବରୁ ପାକ୍ପୋର୍ ଆମେରିକା ଓ ଇସ୍ରାଏଲକୁ ଇସଲାମିକ୍ ରିପବ୍ଲିକ ପୂର୍ବପେକ୍ଷା ଅଧିକ ପ୍ରସ୍ତୁତ ବୋଲି ଧମକ ଦେଇ କହିଥିଲେ। ତେବେ ଇରାନ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ, ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ, ପୂର୍ବତନ ସଂସଦୀୟ ବାଚସ୍ପତି ଅଲ୍ଲୀ ଲାରିଜାନି, ମହମ୍ମଦ ବାଘେର୍ କାଲିବାଫ, ନ୍ୟାୟିକ ମୁଖ୍ୟ ଗୋଲାମହୁସେନ୍ ମୋହସେନି ଓ ସେନାମୁଖ୍ୟ ଅବଦୋଲରହିମ ମୌସାଭି ହାତାମି ପ୍ରମୁଖ ସୁରକ୍ଷିତ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/28/f0d7e7ee-3b07-4ece-af18-4a541804576d-2026-02-28-22-05-30.jpg)