ଲଣ୍ଡନ୍‌: ଉପନ୍ୟାସ ପୁସ୍ତକ ‘ପ୍ରଫେଟ୍‌ ସଙ୍ଗ୍‌’ ନିମନ୍ତେ ରବିବାର ଦିନ ଆୟର୍ଲାଣ୍ଡ୍‌ର ଲେଖକ ପଲ୍‌ ଲିଞ୍ଚ୍‌ ୨୦୨୩ ବୁକର୍‌ ପୁରସ୍କାର ବିଜୟୀ ହୋଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ କରିଛି।

Advertisment

ଲିଞ୍ଚ୍‌ଙ୍କଦ୍ବାରା ରଚିତ ଏହି ୫ମ ଉପନ୍ୟାସ ପାଶ୍ଚାତ୍ୟ ଗଣତନ୍ତ୍ରର ଅସ୍ଥିରତା ଓ ସିରିଆର ଶାସନ ବ୍ୟବସ୍ଥାର ଅଭ୍ୟନ୍ତରୀଣ ପତନ ଭଳି ବିପର୍ଯ୍ୟୟ ପ୍ରତି ସମୋନଙ୍କର ବେପରୁଆ ମନୋଭାବ ପ୍ରତିପାଦନ କରୁଛି।

‘ବୁକର୍‌ସ୍‌ ୨୦୨୩’ ବିଚାରକ ମଣ୍ଡଳୀର ଅଧ୍ୟକ୍ଷ ଏସି ଏଡୁଗାୟାନ୍‌ କହିଛନ୍ତି, ସର୍ବାଧିକାରବାଦରେ ଅବତୀର୍ଣ୍ଣ ହୋଇଥିବା ଆୟର୍ଲାଣ୍ଡ୍‌ରେ ନିଜ ପରିବାରକୁ ସୁରକ୍ଷିତ ରଖିବାକୁ ଚାହୁଁଥିବା ଜଣେ ମହିଳାଙ୍କ ଭୟଙ୍କର ଦୁର୍ଦ୍ଦଶା କଥା ପଢ଼ିବା ବେଳେ କବାଟରେ ପ୍ରଥମ କରାଘାତଠାରୁ ଆରମ୍ଭ କରି ଶେଷ ପର୍ଯ୍ୟନ୍ତ ‘ପ୍ରଫେଟ୍‌ ସଙ୍ଗ୍‌’ ଆମର ଆତ୍ମମର୍ଯ୍ୟାଦାରୁ ଆମକୁ ଦୂରେଇ ନେଉଛି। ଏହା ହେଉଛି ଆବେଗିକ କାହାଣୀ କଥନ, ମନର ସଦ୍ୟତା ଓ ସାହସର ବିଜୟ।

publive-image Image Courtesy of PBS NewsHour

ପୂର୍ବରୁ ଆୟର୍ଲାଣ୍ଡ୍‌ରୁ ପ୍ରକାଶିତ ‘ସଣ୍ଡେ ଟ୍ରିବ୍ୟୁନ୍‌’ ସମ୍ବାଦପତ୍ରର ମୁଖ୍ୟ ଚଳଚ୍ଚିତ୍ର ସମୀକ୍ଷକ ଥିବା ଲିଞ୍ଚ୍‌ କହିଛନ୍ତି, ତାଙ୍କ ଲେଖାରେ ସେ  ସ୍ବେଚ୍ଛାଚାରକୁ ତୀବ୍ର ବାସ୍ତବତାର ଉତ୍ତଙ୍ଗକୁ ନେଇ ପାଠକମାନଙ୍କୁ ସର୍ବସ୍ବତାବାଦ ବୁଝାଇବାକୁ ପ୍ରୟାସ କରିଛନ୍ତି।

‘ବୁକର୍‌ ପୁରସ୍କାର’ ୱେବ୍‌ସାଇଟ୍‌ରେ ପ୍ରକାଶିତ ମନ୍ତବ୍ୟରେ ଲିଞ୍ଚ୍‌ କହିଛନ୍ତି, ମୁଁ ପାଠକର ନିମଜ୍ଜନକୁ ଏତେ ପରିମାଣର ଗଭୀରତର କରିଛି ଯେ, ପୁସ୍ତକ ଶେଷ ଆଡ଼କୁ ସେମାନେ କେବଳ ଏହି ସମସ୍ୟା ଜାଣିପାରିବେ, ସେ କଥା ନୁହେଁ, ନିଜେ ଏହା ହୃଦୟଙ୍ଗମ କରିପାରିବେ।

ଏହି ପ୍ରତିଯୋଗିତାର ଆୟୋଜକମାନେ କହିଛନ୍ତି, ‘ବୁକର୍‌ ପୁରସ୍କାର’ ପାଇବାରେ ଲିଞ୍ଚ୍‌ ହେଲେ ଆୟର୍ଲାଣ୍ଡ୍‌ର ୫ମ ଲେଖକ। ତାଙ୍କ ପୂର୍ବରୁ ମର୍ଡକ୍‌, ଜନ୍‌ ବାନଭାଇଲ୍‌, ରଡ୍ଡି ଡୋଇଲି ଓ ଆନ୍ନି ଏନ୍‌ରାଇଟ୍‌ ‘ବୁକର୍‌ ପୁରସ୍କାର’ ପାଇଥିଲେ। ୨୦୧୮ରେ ଉତ୍ତର ଆୟର୍ଲାଣ୍ଡ୍‌ ଲେଖିକା ଆନ୍ନା ବର୍ଣ୍ଣସ୍‌ ଏହି ପୁରସ୍କାର ପାଇଥିଲେ।