ବିଶ୍ବ ରାଜନୀତିରେ ନୂଆ ମୋଡ଼ ! ପୁଣି କୂଟନୈତିକ ସଂପର୍କ ସ୍ଥାପନ କରିବେ ଇରାନ-ସାଉଦି ଆରବ

ତେହେରାନ : ବିଶ୍ବର କୂଟନୈତିକ କ୍ଷେତ୍ରରେ ଏକ ମହତ୍ବପୂର୍ଣ୍ଣ ଘଟଣା ଘଟିଛି । ଦୁଇ ପାରମ୍ପରିକ ଶତ୍ରୁ ଦେଶ ଇରାନ ଓ ସାଉଦି ଆରବ କୂଟନୈତିକ ସଂପର୍କ ସ୍ଥାପନ କରିବାକୁ ରାଜି ହୋଇଛନ୍ତି । ଚୀନ ମଧ୍ୟସ୍ଥତାରେ ଉଭୟ ପକ୍ଷ ପରସ୍ପରର ଦେଶରେ ଦୂତାବାସ ଖୋଲିବାକୁ ରାଜି ହୋଇଛନ୍ତି ।

ଏହି ଘଟଣା କେବଳ ମଧ୍ୟପୂର୍ବ ନୁହେଁ, ସମଗ୍ର ବିଶ୍ବର ରାଜନୀତି ଓ କୂଟନୀତିକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି । ଚୀନ ମଧ୍ୟସ୍ଥତାରେ ଏହି ରାଜିନାମା ହୋଇଥିବାରୁ ବିଶ୍ବ ରାଜନୀତିରେ ଚୀନର ଗୁରୁତ୍ବ ଆହୁରି ବଢିବା ନିଶ୍ଚିତ ହୋଇଯାଇଛି । ଅନ୍ୟପକ୍ଷରେ ଏ ଅଂଚଳରେ ସୁପର ପାଓ୍ବାର ଆମେରିକାର ପ୍ରଭାବକୁ ଏହା କ୍ଷୁର୍ଣ୍ଣ କରିବ ।

ସାଉଦି ଆରବ ଓ ଇରାନ ମଧ୍ୟରେ ଶତ୍ରୁତା ବେଶ ପୁରୁଣା । ସାଉଦି ଏକ ସୁନ୍ନି ବହୁଳ ଦେଶ ହୋଇଥିବାରୁ ଇରାନ ଏକ ସିହା ବହୁଳ ଦେଶ । ମଧ୍ୟପୂର୍ବରେ ଆଧିପତ୍ୟ ପାଇଁ ଉଭୟ ଦେଶ ପରସ୍ପର ମଧ୍ୟରେ ପ୍ରତିଯୋଗିତା କରିଆସୁଛନ୍ତି । ଏହି ଦୁଇ ଦେଶର ପ୍ରାୟୋଜନରେ ହିଁ କେତେକ ଆରବ ଦେଶରେ ସଂଘର୍ଷ ଜାରି ରହିଛି । ଏହି ଦୁଇ ଦେଶମଧ୍ୟରେ ସଂପର୍କ ପ୍ରତିଷ୍ଠା ହେବା ପରେ ମଧ୍ୟପୂର୍ବରେ ଶାନ୍ତି ପ୍ରତିଷ୍ଠା ନେଇ ଆଶା ସଂଚାର ହୋଇଛି ।

ଚୀନ ମଧ୍ୟସ୍ଥତାରେ ଉଭୟ ଦେଶ ମଧ୍ୟରେ ଗତ ୨୦୨୧ ଏପ୍ରିଲ ମାସରୁ ଆଲୋଚନା ଜାରି ରହିଥିଲା । ନିକଟରେ ହୋଇଥିବା ଚୂଡ଼ାନ୍ତ ଆଲୋଚନା ବେଜିଂରେ ଅନୁଷ୍ଠିତ ହୋଇଥିଲା ।

 

 

ସମ୍ବନ୍ଧିତ ଖବର