ଦୁର୍ଘଟଣାର ଶିକାର ହେବା ପରେ ଅଟୋ ଚାଳକଙ୍କ ଛାତିରେ ଫୁଟି ପିଠି ବାଟେ ବାହାରିଲା ଲୁହାରଡ଼

ନୂଆଦିଲ୍ଲୀ: ପଞ୍ଜାବର ଭଟିଣ୍ଡାରେ ଜଣେ ଅଟୋ ଚାଳକ ଦୁର୍ଘଟଣାର ଶିକାର ହେବାପରେ ତାଙ୍କ ଛାତିରେ ଏକ ଚାରିଫୁଟ ଲମ୍ବର ଲୁହା ରଡ଼ ଫୁଟି ପିଠି ବାଟେ ବାହାରି ଯାଇଥିଲା। ଅଟୋ ଚାଳକଙ୍କୁ ଏଭଳି ଗୁରୁତର ଅବସ୍ଥାରେ ଦେଖି ସ୍ଥାନୀୟ ଦୋକାନୀ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତର ଲୁହାରଡ଼କୁ କାଟି ତାଙ୍କର ଅସ୍ତ୍ରୋପଚାର କରିଥିଲେ।

ସୂଚନାଯୋଗ୍ୟ, ଭଟିଣ୍ଡାରେ ଅଟୋ ଚାଳକ ହରଦୀପ ସିଂହ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ଏହି ଦୁର୍ଘଟଣାରେ ରାସ୍ତାରେ ଲାଗିଥିବା ଏକ ଲୁହାରଡ଼ ଅଟୋ ଚାଳକଙ୍କ ବାମ ଛାତିରେ ପଶି ପିଠି ବାଟେ ବାହାରି ଯାଇଥିଲା। ଏଥିରେ ଅଟୋ ଚାଳକଙ୍କ ଅଜସ୍ର ରକ୍ତସ୍ରାବ ହୋଇଥିଲା। ଅଟୋ ଚାଳକଙ୍କୁ ଏଭଳି ଅବସ୍ଥାରେ ଦେଖି ସ୍ଥାନୀୟ ଦୋକାନୀ ନିହାଲ ସିଂହ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଅଟୋ ଚାଳକଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।

ହରଦୀପ ସିଂହଙ୍କୁ ଗୁରୁତର ଅବସ୍ଥା ଦେଖି ଡାକ୍ତର ତାଙ୍କର ତୁରନ୍ତ ଚିକିତ୍ସା ଜାରି କରିଥିଲେ। ଚିକିତ୍ସା ପରେ ହରଦୀପ ବିପଦ ମୁକ୍ତ ଅଛନ୍ତି ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର