ଲକ୍ଷ୍ମୌ: ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପେଟରେ ଯନ୍ତ୍ରଣା ହେଉଥିବା ଜଣେ ରୋଗୀଙ୍କ ଅସ୍ତ୍ରୋପଚାର ପରେ ତାଙ୍କ ପେଟରୁ ସ୍କୃ ଡ୍ରାଇଭର, ବଡ଼ ଲୁହା ଖଣ୍ଡ ଭଳି ସାମଗ୍ରୀ ବାହାରିଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ଡାକ୍ତର ଓ ପରିବାରବର୍ଗ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।
କରଣ ନାମକ ଜଣେ ବାଳକ ସ୍ଥାନୀୟ ଚନ୍ଦ୍ର କୁସୁମ ହସପିଟାଲରେ ପହଞ୍ଚି ପେଟରେ ଯନ୍ତ୍ରଣା ହେଉଥିବା ଡାକ୍ତରଙ୍କୁ ଜଣାଇଥିଲେ। ସେଠାରେ ଡାକ୍ତର ତାଙ୍କର ପେଟ ଭିତର ସ୍କାନ୍ କରାଇଥିଲେ। ଏହି ସ୍କାନ୍ ରିପୋର୍ଟ ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଯିବା ସହ ତୁରନ୍ତ ଅସ୍ତ୍ରୋପଚାର ପାଇଁ ରୋଗୀଙ୍କ ପରିବାରଲୋକଙ୍କୁ କହିଥିଲେ।
/sambad/media/post_attachments/eddf889bc58984bd2f01f2249375812b104285dc8c85eea1e8ae477a86b4da46.jpg)
୩ଘଣ୍ଟା ଧରି ଚାଲିଥିବା ଅସ୍ତ୍ରୋପଚାର ପରେ ଡାକ୍ତରମାନେ କରଣଙ୍କ ପେଟରୁ ବାହାରିଥିବା ସାମଗ୍ରୀକୁ ଦେଖି ହତବାକ୍ ହୋଇଯାଇଥିଲେ। ରୋଗୀଙ୍କ ପେଟରୁ ୩୦ଟି ସ୍ପାଇକ୍ ଲୁହା, ୧ ସ୍କ୍ରୁଡ୍ରାଇଭର ଏବଂ ଏକ ଲୁହା ଖଣ୍ଡ ବାହାରିଥିଲା। ଯାହାର ଓଜନ ପ୍ରାୟ ୩୦୦ ଗ୍ରାମ ହେବ ବୋଲି ଅନୁମାନ କରାଯାଉଛି। | ଅସ୍ତ୍ରୋପଚାର ପରେ କରଣ ସୁସ୍ଥ ଅଛନ୍ତି।
/sambad/media/post_attachments/23e1b7e70aba5fbca838867b5968b3518dd7421c1eb6d9d51cf82e7568b7d86c.jpg)
କରଣଙ୍କ ମା କହିଛନ୍ତି , ଯେ ଗତ ୨ ମାସ ଧରି କରଣଙ୍କ ପେଟରେ ଯନ୍ତ୍ରଣା ହେଉଥିଲା । ଯେଉଁଥିପାଇଁ ସେ ତାଙ୍କ ପୁଅକୁ ଉନ୍ନାଓ ସମେତ କାନପୁରର ଅନେକ ଡାକ୍ତରଙ୍କ ନିକଟରେ ଦେଖାଇଥିଲେ କିନ୍ତୁ କୌଣସି ସୁଫଳ ମିଳି ନଥିଲା। ଯନ୍ତ୍ରଣା ଧୀରେଧୀରେ ବଢ଼ିବାକୁ ଲାଗିଥିଲା। ବହୁ ଚେଷ୍ଟା ପରେ ପୁଅର ସଫଳ ଅସ୍ତ୍ରୋପଚାର ହୋଇ ପାରିଛି। ଯେଉଁଥିପାଇଁ ଡାକ୍ତରମାନଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି କରଣଙ୍କ ମା’।