ଦେଶରେ କରୋନାର ୨ୟ ଲହର ଶେଷ ହୋଇଯାଇଛି କି ?

ନୂଆଦିଲ୍ଲୀ :  ଭାରତରେ ଗତ କିଛି ଦିନ ହେଲା କରୋନା ମହାମାରୀର ପ୍ରକୋପ କମିଚାଲିଛି  । ଦୈନିକ ସଂକ୍ରମଣ କମି କମି ଏବେ ୫୦ ହଜାର ତଳକୁ ଖସିଆସିଛି  । ଗତ ୧୫ ଦିନ ହେଲା ଦେଶରେ ପଜିଟିଭିଟି ହାର ୫ ପ୍ରତିଶତ ତଳକୁ ରହିଛି  । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ଗାଇଡଲାଇନ ଅନୁସାରେ ଯଦି ଗୋଟିଏ ଅଞ୍ଚଳରେ ପଜିଟିଭିଟି ହାର କ୍ରମାଗତ ୧୫ ଦିନ ପାଇଁ ୫ ପ୍ରତିଶତ ତଳକୁ ରହେ ତେବେ ସେହି ଅଞ୍ଚଳକୁ ଖୋଲାଯାଇପାରିବ  । ଏଣୁ ଭାରତ ଏବେ ଡବ୍ଲୁଏଚଓର ଏହି ମାନଦଣ୍ଡକୁ ହାସଲ କରିପାରିଛି  ।

କିନ୍ତୁ ବିଶେଷଜ୍ଞମାନେ ଏ ପ୍ରସଙ୍ଗରେ ଭିନ୍ନ ମତ ରଖୁଛନ୍ତି  । ଏବେ ଦେଶରେ ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ  । ଏଣୁ ସରକାରଙ୍କୁ ସତର୍କତାର ସହ ପଦକ୍ଷେପ ନେବାକୁ ହେବ  । ଲୋକମାନଙ୍କୁ ମଧ୍ୟ ସତର୍କ ରହିବାକୁ ପଡ଼ିବ  । ସତର୍କ ନହେଲେ ପୁଣି କରୋନା ଫେରିବାକୁ ଅଧିକ ସମୟ ଲାଗିବ ନାହିଁ  ।

ସୂଚନାଯୋଗ୍ୟ ଯେ, ଭାରତରେ ଗତ ୨୪ ଘଣ୍ଟାରେ ଦେଶରେ ୪୨,୬୪୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୯୧ ଦିନରେ ଏହା ସର୍ବନିମ୍ନ ଦୈନିକ ସଂକ୍ରମଣ । ଏହା ଫଳରେ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୨ କୋଟି ୯୯ ଲକ୍ଷକୁ ବୃଦ୍ଧି ପାଇଛି । ଏହି ୨୪ ଘଣ୍ଟାରେ ଦେଶରେ ୧୧୬୭ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ।

ସମ୍ବନ୍ଧିତ ଖବର