ଶ୍ରୀନଗର: ଶ୍ରୀନଗରର ମଧ୍ୟସ୍ଥଳରେ ଅବସ୍ଥିତ ଜାମିଆ ମସ୍ଜିଦ୍ରେ ଶୁକ୍ରବାର ଦିନ ହୁରିୟାତ୍ ନେତା ମିର୍େଓ୍ଵଜ୍ ଉମାର ଫାରୁକ୍ ସାପ୍ତାହିକ ସମାବେଶରେ ଉଦ୍ବୋଧନ ଦେଇ ପରିଧି ମଧ୍ୟରୁ ବାହାରି ଯିବା ପରେ ଡଜନେ ସରିକି ମୁଖାପିନ୍ଧା ଲୋକ ସେଠାରେ ଇସ୍ଲାମିକ୍ ଷ୍ଟେଟ୍ ଟେରର୍ ଗ୍ରୁପ୍ର ପତାକା ଉତ୍ତୋଳନ କରିଛନ୍ତି।
ସାମାଜିକ ଗଣମାଧ୍ୟମରେ ସେୟାର୍ ହୋଇଥିବା ଏକ ଭିଡିଓରେ ଦେଖା ଯାଉଛି ଲୋକେ ପତାକା ଉଡ଼ାଉଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଭାଷଣ ମଞ୍ଚରେ ଗୋଟିଏ ଆଇଏସ୍ ପତାକା ବାନ୍ଧୁଛନ୍ତି। ଦୌଲତ୍-ଉଲ୍-ଇସ୍ଲାମ୍ ଜିନ୍ଦାବାଦ୍ ବା ଖଲିଫେଟ୍ ଆନ୍ଦୋଳନ ଦୀର୍ଘଜୀବୀ ହେଉ ବୋଲି ସେମାନେ ଚିତ୍କାର କରି କହୁଛନ୍ତି। ପୂର୍ବେ ପାକିସ୍ତାନ ଓ ଆଫଗାନିସ୍ତାନରେ ଲୋକପ୍ରିୟ ହୋଇଥିବା ଖଲିଫେଟ୍ ଏବଂ ଜିହାଦ ଏବେ କଶ୍ମୀରରେ ଭିତ୍ତିଭୂମି ସ୍ଥାପନ କରୁଛି।
କଶ୍ମୀର ଉପତ୍ୟକାରେ ନିହତ ଆତଙ୍କବାଦୀଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ଆଇଏସ୍ ପତାକା ଉଡ଼ିବା ଏବେ ଗୋଟାଏ ସାଧାରଣ ଦୃଶ୍ୟ। ପଥର ଫିଙ୍ଗାଯିବା ବେଳେ, ଶୁକ୍ରବାର ଦିନ ଜାମିଆ ମସ୍ଜିଦ୍ ଥିବା ସହର ବାହାରେ ମଧ୍ୟ ଆଇଏସ୍ ପତାକ ଉଡ଼ିବା ଦେଖାଯାଉଛି। କିନ୍ତୁ ପୁଲିସ ଓ ଗୁଇନ୍ଦା ବ୍ୟୁରୋ କହିବା ଅନୁସାରେ, ଜମ୍ମୁ ଓ କଶ୍ମୀରରେ ଆଇଏସ୍ ସେଲ୍ ନାହିଁ।
କିନ୍ତୁ ନାମ ଗୋପନ ରଖିଥିବା ଜଣେ ବରିଷ୍ଠ ଅଧିକାରୀ କହନ୍ତି କି, ରାଜ୍ୟରେ କେତେ ବର୍ଷ ହେବ ଆଇଏସ୍ ଏବଂ ଅଲ୍-କାଏଦାର ଉପସ୍ଥିତି ରହିଛି।