ଲଣ୍ଡନ: ୧୫ ଶତାବ୍ଦୀର ମହାନ ଭବିଷ୍ୟବକ୍ତା ନାସ୍ତ୍ରେଦମସ ବ୍ରିଟିଶ ରାଜ ପରିବାର ବିଷୟରେ କରିଥିବା ଭବିଷ୍ୟବାଣୀ ବର୍ତ୍ତମାନ ସତ୍ୟ ବୋଲି ପ୍ରମାଣିତ ହେଉଛି। କିଙ୍ଗ ଚାର୍ଲ୍ସ ବର୍ତ୍ତମାନ କର୍କଟ ରୋଗରେ ପୀଡିତ ଅଛନ୍ତି ଏବଂ ୱେଲ୍ସର ରାଜକୁମାରୀ କେଟ୍ ମିଡଲେଟନ୍ ମଧ୍ୟ କର୍କଟ ରୋଗ କାରଣରୁ ଚିକିତ୍ସିତ ହେଉଛନ୍ତି। ବ୍ରିଟିଶ ରାଜ ପରିବାର ବିଷୟରେ ନାସ୍ତ୍ରେଦମସଙ୍କର ଭବିଷ୍ୟବାଣୀ ବ୍ରିଟେନର ରାଣୀ ଏଲିଜାବେଥ୍ ଦ୍ୱିତୀୟ, ହିରୋସିମାରେ ପରମାଣୁ ବୋମା ଆକ୍ରମଣ ଏବଂ ନେପୋଲିଅନଙ୍କର ଉତ୍ଥାନ ଭଳି ଘଟଣାକୁ ସଠିକ୍ ଭାବରେ ପୂର୍ବାନୁମାନ କରିଥିଲେ। ପରେ ତାହା ସଠିକ୍ ପ୍ରମାଣିତ ହୋଇଥିଲା।
ସେ ବ୍ରିଟିଶ ରାଜ ପରିବାରର ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ପ୍ରକଟ କରିଥିଲେ । ସେ ପୂର୍ବାନୁମାନ କରିଥିଲେ ଯେ ୨୦୨୪ ବର୍ଷ ବ୍ରିଟିଶ ରାଜ ପରିବାର ପାଇଁ ଭଲ ହେବ ନାହିଁ। ବର୍ତ୍ତମାନ ସମାନ ଘଟଣା ଘଟୁଥିବା ଜଣାପଡିଛି। ଶତାବ୍ଦୀ ପୂର୍ବରୁ ସେ ତାଙ୍କ କ୍ରିପ୍ଟିକ୍ ଶୈଳୀରେ ଭବିଷ୍ୟବାଣୀ କରିଥିଲେ, ଜଣେ ରାଜାଙ୍କୁ ତ୍ୟାଗ କରିବାକୁ ପଡିବ ଏବଂ ଏକ ଅପ୍ରତ୍ୟାଶିତ ଉତ୍ତରାଧିକାରୀ ଉତ୍ପନ୍ନ ହୋଇପାରନ୍ତି। ତାଙ୍କର ଏହି ବିବୃତ୍ତି କିଙ୍ଗ ଚାର୍ଲ୍ସ ଏବଂ ପ୍ରିନ୍ସ ହ୍ୟାରିଙ୍କ ସହ ଜଡିତ ଅଛି। ପ୍ରୋଷ୍ଟେଟ କର୍କଟରେ ପୀଡିତ କିଙ୍ଗ ଚାର୍ଲ୍ସଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନାହିଁ। କୌଣସି ଅଘଟଣ ଘଟିଲେ ପ୍ରିନ୍ସ ଚାର୍ଲ୍ସ ବ୍ରିଟେନର ରାଜା ହୋଇପାରନ୍ତି।
Nostradamus' 2024 Prediction Resurfaces Amid King Charles' Cancer Battle
— District411.info 🪙 (@iamdistrict411) March 20, 2024
A report referencing Nostradamus' 1555 text "Les Propheties" ("The Prophecies") suggests that the King might abdicate, leading to Prince Harry potentially assuming the throne.
It is said that Nostradamus… pic.twitter.com/fgvoqvfZjO
ବ୍ରିଟେନ ବିଷୟରେ ସେ କହିଥିଲେ, ରାଜାଙ୍କୁ ତାଙ୍କ ପଦବୀରୁ ବଳପୂର୍ବକ ହଟାଇ ଦିଆଯିବ ଏବଂ ଜଣେ ବ୍ୟକ୍ତି ରାଜା ହେବେ ଯାହା କେହି କେବେ ଚିନ୍ତା ମଧ୍ୟ କରି ନ ଥିବେ। କିଙ୍ଗ ଚାର୍ଲ୍ସ ତାଙ୍କ ପ୍ରୋଷ୍ଟେଟ ସମସ୍ୟା ପାଇଁ ଚିକିତ୍ସିତ ହେଉଥିବାବେଳେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। ବିଶେଷଜ୍ଞମାନଙ୍କ ଅନୁସାରେ ତାଙ୍କ ସ୍ୱାସ୍ଥ୍ୟକୁ ବିଚାରକୁ ନେଇ ରାଜା ଚାର୍ଲ୍ସ ନିଜ ସିଂହାସନ ଛାଡିପାରନ୍ତି। ସେ ନିଜ ଇଚ୍ଛାରେ କିମ୍ବା ସ୍ୱାସ୍ଥ୍ୟଗତ ଚାପରେ ଏହି ନିଷ୍ପତ୍ତି ନେଇପାରନ୍ତି । କିନ୍ତୁ, ସବୁଠାରୁ ବଡ ପ୍ରଶ୍ନ ହେଉଛି ପ୍ରିନ୍ସ ହ୍ୟାରିଙ୍କ ବିଷୟରେ ଯିଏ ସିଂହାସନ ଗ୍ରହଣ କରିବାକୁ ଏପର୍ଯ୍ୟନ୍ତ ଆଗ୍ରହ ଦେଖାଉ ନାହାନ୍ତି ।
Nostradamus predicts Prince Charles will be the last king to sit on the English throne.
— banthebbc 𝕏 (@banthebbc) October 6, 2020
Charles is doing all he can to make this happen by pushing for this 'great reset for climate change'.
Nostradamus. Right again. pic.twitter.com/kUmmx5RGnJ
ଏହା ବ୍ୟତୀତ 'ଆଧୁନିକ ସମୟର ନାସ୍ତ୍ରେଦମସ' ଆଥୋସ୍ ସାଲୋମଙ୍କ ଦ୍ୱାରା କରାଯାଇଥିବା ଭବିଷ୍ୟବାଣୀ କିଟ୍ ମିଡଲେଟନଙ୍କ ବିଷୟରେ ରହିଛି। ତାହା ମଧ୍ୟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। ୱେଲ୍ସ ମିଡଲେଟନ୍ ରାଜକୁମାରୀ ନିକଟରେ ପ୍ରକାଶ କରିଛନ୍ତି ସେ କର୍କଟ ରୋଗରେ ପୀଡିତ ଅଛନ୍ତି ଏବଂ ଏଥିପାଇଁ ଚିକିତ୍ସିତ ହେଉଛନ୍ତି। ବ୍ରାଜିଲର ୩୬ ବର୍ଷିୟ ବାସିନ୍ଦା ସାଲୋମ ଦାବି କରିଛନ୍ତି ସେ କରୋନା ମହାମାରୀ ଏବଂ ଏଲୋନ୍ ମସ୍କ ଦ୍ୱାରା ଟ୍ୱିଟର କ୍ରୟ ଭଳି ଘଟଣା ବିଷୟରେ ଠିକ୍ ଭବିଷ୍ୟବାଣୀ କରି ସାରିଛନ୍ତି। ସାଲୋମଙ୍କ ଅନୁଯାୟୀ, ମିଡଲେଟନ୍ ଭବିଷ୍ୟତରେ ହାଡ, ଆଣ୍ଠୁ ଏବଂ ଗଣ୍ଠି ସମସ୍ୟାର ସମ୍ମୁଖୀନ ହେବେ।