ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟରେ ସାମିଲ ହେଉଛନ୍ତି ଭାରତୀୟ ଯୁବକ! ପାକିସ୍ତାନରୁ ରିଲିଜ ହେଲା ଭିଡିଓ

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟରେ ସାମିଲ ହେଉଛନ୍ତି ଭାରତୀୟ ଯୁବକ | ଆଉ ଏହି ଭାରତୀୟ ଯୁବକଙ୍କୁ ବହୁ ସଂଖ୍ୟାରେ ସାମିଲ କରି ଭାରତରେ ଆତଙ୍କବାଦୀ ଆକ୍ରମଣ କରାଇବାକୁ ଯୋଜନା ରଖିଛି ଏହି ଆତଙ୍କବାଦୀ ସଂଗଠନ | କାରଣ ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ନିକଟରେ ଏକ ଭିଡିଓରେ ଦାବି କରିଛି ଯେ ନିକଟରେ ବହୁ ସଂଖ୍ୟାରେ ଭାରତୀୟ ଯୁବକ ସାମିଲ ହୋଇଛନ୍ତି | ଆଉ ଭିଡିଓରେ ଦେଖିବାକୁ ମିଳିଛି ଯେ ଆଇଏସର ତିନିଟି ଟିମରେ ଯୁବକମାନେ ସାମିଲ ହୋଇଛନ୍ତି | ଏହା ସହ ଭାରତରେ ଜିହାଦ ବିସ୍ତାର କରାଇବାକୁ ସଂକଳ୍ପ ନେଉଛନ୍ତି |

ଆଉ କୁହାଯାଉଛି ଯେ ଭାରତରେ ଟାର୍ଗେଟ କିଲିଂ କରିବାକୁ ଏବେ ଆଇଏସ ଯୋଜନା କରୁଛି | ଇସଲାମିକ୍ ଷ୍ଟେଟ୍ ହିନ୍ଦ ପ୍ରଦେଶ ଦ୍ୱାରା ରିଲିଜ କରାଯାଇଥିବା ଏହି ୪ ମିନିଟର ଲମ୍ବା ଭିଡିଓକୁ ମାର୍ଚ୍ଚ ୨୫ରେ ମେସେଜିଂ ପ୍ଲାଟଫର୍ମ ଟେଲିଗ୍ରାମରେ ଜାରି କରାଯାଇଥିଲା | ତେବେ ସାଇବର ଏକ୍ସପର୍ଟଙ୍କ କହିବା କଥା ଯେ ଭିଡ଼ିଓଟି କଶ୍ମୀରରେ ପ୍ରସ୍ତୁତ କରାଯାଇଥିବାବେଳେ ଏହାକୁ ପାକିସ୍ତାନରୁ ରିଲିଜ କରାଯାଇଛି |

ତେବେ ଏହି ଭିଡିଓରେ ଯୁବକମାନଙ୍କ ହାତରେ ଛୋଟ ବନ୍ଧୁକ ଥିବାରୁ ସେମାନଙ୍କୁ ଟାର୍ଗେଟ କିଲିଂ ପାଇଁ ପ୍ରସ୍ତୁତ କରାଯାଉଥିବାର କୁହାଯାଉଛି | ସୂଚନା ଥାଉ କି କିଛିଦିନ ତଳେ ଏନଆଇଏର ଜୋରଦାର ଚଢ଼ାଉ ପରେ ଭାରତରେ ଆଇଏସକୁ ଝଟକା ଲାଗିଥିଲା | ଏନଆଇଏ ଭାରତରେ ପାଖାପାଖି ୨ ବର୍ଷ ମଧ୍ୟରେ ପ୍ରାୟ ୨୦ ଜଣ ଆଇଏସ ଆତଙ୍କବାଦୀଙ୍କୁ ଗିରଫ କରିଥିଲା | ଯାହାଫଳରେ ଆଇଏସର ବଡ଼ଧରଣର ଆକ୍ରମଣ ଯୋଜନା ପଣ୍ଡ ହୋଇଯାଇଥିଲା |

ସମ୍ବନ୍ଧିତ ଖବର