“ଭାରତକୁ ସମ୍ମାନ ଦିଅ, ସମ୍ମାନ ପାଇବ” କାନାଡା ପ୍ରଧାନମନ୍ତ୍ରୀଙ୍କୁ ମୋଦିଙ୍କ ଇଙ୍ଗିତ

ନୂଆଦିଲ୍ଲୀ : ବିଶ୍ୱର ପ୍ରମୁଖ ରାଷ୍ଟ୍ରମୁଖ୍ୟମାନେ ନୂଆଦିଲ୍ଲୀ ଆସିଲେ ପ୍ରଧାନମନ୍ତ୍ରୀ ମୋଦି ପ୍ରୋଟକଲ ଭାଙ୍ଗି ନିଜେ ସ୍ୱାଗତ କରିବାକୁ ପହଞ୍ଚିଯାଆନ୍ତି । ବିଗତ କିଛି ବର୍ଷ ଧରି ଏହା ଏକ ପରମ୍ପରା ହୋଇଯାଇଛି । ଅର୍ଥାତ୍‌ କୌଣସି ରାଷ୍ଟ୍ରମୁଖ୍ୟ ଆସିଛନ୍ତି କିନ୍ତୁ ମୋଦି ପ୍ରୋଟକଲ ଭାଙ୍ଗିନାହାନ୍ତି, ତାହା ଏକ ଆଶ୍ଚର୍ଯ୍ୟଜନକ ଘଟଣା ନିଶ୍ଚୟ ।

କିନ୍ତୁ ନିକଟରେ ଏପରି ଏକ ଘଟଣା ଘଟିଛି । କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡିଉ ଭାରତକୁ ସରକାରୀ ଗସ୍ତରେ ଆସିଛନ୍ତି । କିନ୍ତୁ ବିମାନ ବନ୍ଦରରେ ତାଙ୍କୁ ସ୍ୱାଗତ କରିବାକୁ କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ଵତଙ୍କୁ ପଠାଯାଇଥିଲା । ସାଧାରଣତଃ କୌଣସି ଦେଶର ପ୍ରଧାନମନ୍ତ୍ରୀ ଆସିଲେ ଜଣେ ବିରିଷ୍ଠ କ୍ୟାବିନେଟ ମନ୍ତ୍ରୀଙ୍କୁ ପଠାଯାଇଥାଏ । ସେହପରି ଗତ କାଲି ଟ୍ରୁଡିଉ ଆଗ୍ରାର ତାଜମହଲ ପରିଦର୍ଶନ କରିବାକୁ ଯାଇଥିଲେ, କିନ୍ତୁ ସେଠାରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଦେଖା ନଥିଲା । କେବଳ ଜିଲ୍ଲା କଲେକ୍ଟରଙ୍କୁ ପଠାଯାଇଥିଲା ତାଙ୍କୁ ସ୍ୱାଗତ ଜଣାଇବାକୁ । ଗତ ମାସରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଆଗ୍ରା ଯାଇଥିବା ବେଳେ କିନ୍ତୁ କାନାଡାର ପ୍ରଧାନମନ୍ତ୍ରୀଙ୍କୁ କାହିଁକି ଏମିତି ଅବଜ୍ଞା କରାଯାଉଛି ?

ବିଶେଷଜ୍ଞଙ୍କ ମତରେ ମୋଦି ସରକାର ଜାଣି ଶୁଣି ଏପରି କରୁଛନ୍ତି । ଏପରି କରି କାନାଡା ପ୍ରଧାନମନ୍ତ୍ରୀଙ୍କୁ ମୋଦି ଏକ ବାର୍ତ୍ତା ଦେଇଛନ୍ତି । ତାହା ହେଉଛି ଭାରତକୁ ସମ୍ମାନ ଦିଅ, ସମ୍ମାନ ପାଇବ । କଥା ହେଉଛି ଭାରତ ସରକାରଙ୍କ ବାରମ୍ବାର ଆପତ୍ତି ସତ୍ତ୍ୱେ କାନାଡା ସରକାର ଖଲିସ୍ତାନ ସପକ୍ଷବାଦୀଙ୍କୁ ଆଶ୍ରୟ ଦେଉଛନ୍ତି । ଜଷ୍ଟିନ ଟ୍ରୁଡିଉଙ୍କ ମନ୍ତ୍ରୀମଣ୍ଡଳରେ ୪ ଜଣ ଶିଖଙ୍କୁ ମନ୍ତ୍ରୀ କରାଯାଇଛି । ଏମାନେ ଖଲିସ୍ତାନ ଆନ୍ଦୋଳନକୁ ସମର୍ଥନ କରନ୍ତି । ବାରମ୍ବାର କାନାଡ଼ାରେ ଖଲିସ୍ତାନ ଆନ୍ଦୋଳନ ପାଇଁ ସଭା ସମିତି ଆୟୋଜନ ହେଉଛି, ଚାନ୍ଦା ଆଦାୟ ହେଉଛି, ନିହତ ଆତଙ୍କବାଦୀଙ୍କ ପାଇଁ ଶୋକସଭା ଆୟୋଜନ ହେଉଛି । ଭାରତରୁ ପଂଜାବକୁ ଅଲଗା କରିବାକୁ ଆହ୍ଵାନ ଦିଆଯାଉଛି । ମତ ପ୍ରକାଶ କରିବାର ସ୍ୱାଧୀନତା ନାଁରେ ଏପରି ବିଚ୍ଛିନ୍ନତାବାଦୀଙ୍କ ପ୍ରଶ୍ରୟ ଦେଉଛନ୍ତି କାନାଡା ସରକାର । ଏହା ଫଳରେ ମୋଦି କାନାଡା ସରକାର ଓ ଟ୍ରୁଡିଉଙ୍କ ଉପରେ ଭୀଷଣ ଖପ୍ପା ଅଛନ୍ତି ।

ସମ୍ବନ୍ଧିତ ଖବର