ଓ୍ବାସିଂଟନ : ନୋବେଲ ଶାନ୍ତି ପୁରସ୍କାର ମିଳିବ ବୋଲି ଆମେରିକା ରାଷ୍ଟ୍ରପତି ବଡ଼ ଆଶା ରଖିଥିଲେ । ଏଥିପାଇଁ ସେ ସବୁବେଳେ ଅମୁକ ଯୁଦ୍ଧ ଅଟକାଇଦେଲେ, ସମୁକ ଶାନ୍ତି ସମାଧାନ କଲେ ବୋଲି କହିଚାଲିଥିଲେ । କିନ୍ତୁ ଆମେରିକାର ଏକ ଶତ୍ରୁ ଦେଶ ଭେନିଜୁଏଲାର ମାରିଆ କୋରିନା ମାଚଡୋଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିବା ପରେ ଟ୍ରମ୍ପ ନିରାଶ ହୋଇଯାଇଛନ୍ତି, ଅସନ୍ତୁଷ୍ଟ ମଧ୍ୟ । ଏହାର ସଂକେତ ମିଳୁଛି ହ୍ବାଇଟ୍ ହାଉସ ପକ୍ଷରୁ ଜାରି ଏକ ବୟାନରୁ।

Advertisment

ହ୍ବାଇଟ ହାଉସର ଓଭାଲ୍ ଅଫିସ୍ ଏକ ବୟାନ ଜାରି କରି କହିଛି ଯେ ନୋବେଲ୍ କମିଟି ମାଚାଡୋଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରି ଶାନ୍ତି ଅପେକ୍ଷା ରାଜନୀତିକୁ ପ୍ରାଥମିକତା ଦେଇଛି।

ହ୍ବାଇଟ ହାଉସର ଓଭାଲ୍ ଅଫିସ୍ ଏକ ବୟାନ ଜାରି କରି କହିଛି ଯେ ନୋବେଲ୍ କମିଟି ମାଚାଡୋଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରି ଶାନ୍ତି ଅପେକ୍ଷା ରାଜନୀତିକୁ ପ୍ରାଥମିକତା ଦେଇଛି। ହ୍ୱାଇଟ୍ ହାଉସ୍ ଯୋଗାଯୋଗ ନିର୍ଦ୍ଦେଶକ ଷ୍ଟିଭେନ୍ ଚୁଏଙ୍ଗ୍ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି, "ନୋବେଲ୍ କମିଟି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାନ୍ତି ସ୍ଥାପନ ପାଇଁ ପ୍ରୟାସକୁ ଅଣଦେଖା କରିଛି। ଏହା ସତ୍ତ୍ୱେ, ଟ୍ରମ୍ପ ଶାନ୍ତି ପାଇଁ ପ୍ରୟାସ ଜାରି ରଖିବେ। ସେ ଯୁଦ୍ଧ ଶେଷ କରିବେ ଏବଂ ଜୀବନ ବଞ୍ଚାଇବେ। ସେ ମାନବିକ କରୁଣାର ବ୍ୟକ୍ତି।"

ସୂଚନାଯୋଗ୍ୟ ଯେ ମାରିଆଙ୍କ ନାମ ଘୋଷଣା କରି ନରଓ୍ବେ ନୋବେଲ କମିଟି କହିଥିଲା ଯେ ଗଣତାନ୍ତ୍ରିକ ଅଧିକାରକୁ ପ୍ରେତ୍ସାହିତ କରିବା ଲାଗି ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଉଛି । ନିଜ ଜୀବନ ପ୍ରତି ବିପଦ ଥିଲେ ବି ସେ ନିଜ କାମ କରିଚାଲିଥିଲେ । ତାଙ୍କୁ ପୁରସ୍କୃତ କରିବା ଲକ୍ଷ ଲକ୍ଷ ଲୋକଙ୍କୁ ଅନୁପ୍ରାଣିତ କରିବ ।