ନୂଆଦିଲ୍ଲୀ: ଆମେରିକାରେ ଜଣେ ଶିଖ୍ ବିଚ୍ଛିନ୍ନତାବାଦୀଙ୍କୁ ହତ୍ୟା ଷଡ଼ଯନ୍ତ୍ରକୁ ସେମାନେ ବିଫଳ କରିଛନ୍ତି ବୋଲି ଆମେରିକୀୟ ଅଧିକାରୀମାନେ ଦାବି କରିଛନ୍ତି। ଏ ନେଇ ଭାରତକୁ ମଧ୍ୟ ଚେତାବନୀ ଜାରି କରାଯାଇଛି ବୋଲି ସେ କହିଛନ୍ତି । ରିପୋର୍ଟ ଅନୁଯାୟୀ, ଏହି ଷଡ଼ଯନ୍ତ୍ରର ଟାର୍ଗେଟରେ ଥିଲେ ଶିଖ୍ ଫର୍ ଜଷ୍ଟିସ୍ (ଏସ୍ଏଫଜେ) ନେତା ଗୁରପତୱନ୍ତ ସିଂହ ପନ୍ନୁ।

Advertisment

ଫାଇନାନ୍ସିଆଲ ଟାଇମ୍ସ (ଏଫଟି) ବୁଧବାର ଏହି ଘଟଣା ସମ୍ପର୍କରେ ଅବଗତ ଥିବା ଲୋକଙ୍କ ବୟାନ ଦେଇ କହିଛି, ଆମେରିକାରେ ଜଣେ ଶିଖ୍ ବିଚ୍ଛିନ୍ନତାବାଦୀଙ୍କୁ ହତ୍ୟା କରିବାର ଷଡ଼ଯନ୍ତ୍ରକୁ ଆମେରିକୀୟ କର୍ତ୍ତୃପକ୍ଷ ବିଫଳ କରିଛନ୍ତି।

ନୂଆଦିଲ୍ଲୀର ନିର୍ଦ୍ଦେଶ ଯୋଗୁଁ ଷଡ଼ଯନ୍ତ୍ରକାରୀମାନେ ସେମାନଙ୍କ ଯୋଜନା ବଦଳାଇଛନ୍ତି ନା ଏଫବିଆଇର ହସ୍ତକ୍ଷେପ ଏହି ଷଡ଼ଯନ୍ତ୍ରକୁ ବିଫଳ କରିଛି ତାହା ଅଧିକାରୀଜଣକ କହିନାହାନ୍ତି। ଭାରତକୁ କୂଟନୈତିକ ଚେତାବନୀ ଦେବା ବ୍ୟତୀତ ଆମେରିକାର ଫେଡେରାଲ ପ୍ରସିକ୍ୟୁଟରମାନେ ନ୍ୟୁୟର୍କ ଡିଷ୍ଟ୍ରିକ୍ଟ କୋର୍ଟରେ ଅତି କମରେ ଜଣେ ସନ୍ଦିଗ୍ଧଙ୍କ ବିରୋଧରେ ସିଲ୍ ବନ୍ଦ ଅଭିଯୋଗ ମଧ୍ୟ ଦାଖଲ କରିଛନ୍ତି।

ରିପୋର୍ଟ ଅନୁଯାୟୀ, ପନ୍ନୁ ଏହି ଷଡ଼ଯନ୍ତ୍ର ବିଷୟରେ ଆମେରିକୀୟ ଅଧିକାରୀମାନେ ତାଙ୍କୁ ଚେତାବନୀ ଦେଇଛନ୍ତି କି ନାହିଁ ସେ ବିଷୟରେ କିଛି କହିବାକୁ ମନା କରିଦେଇଛନ୍ତି। ତେବେ ସେ ଏହି ମାମଲାରେ କେବଳ ଏତିକି କହିଛନ୍ତି ଯେ ଆମେରିକା ମାଟିରେ ଥିବା ଭାରତୀୟ ଏଜେଣ୍ଟମାନଙ୍କ ଠାରୁ ତାଙ୍କ ଜୀବନ ପ୍ରତି ଥିବା ବିପଦ ବିଷୟରେ ଆମେରିକା ସରକାରଙ୍କୁ ଜବାବ ଦେବାକୁ ପଡିବ ।