ଯାଁଳା ସନ୍ତାନର ମାତାପିତା ହେବା ପରେ ପୁଅ ଓ ଝିଅର ଏହି ନାଁ ରଖିଲେ ଇଶା-ଆନନ୍ଦ, ଜାଣନ୍ତୁ ଏହାର ଅର୍ଥ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନିଙ୍କ ଝିଅ ଇଶା ଅମ୍ବାନି ରବିବାର ଯାଁଳା ସନ୍ତାନକୁ ଜନ୍ମ ଦେଇଥିଲେ। ୨୦୧୮ ଡିସେମ୍ବରରେ ପିରାମଲ୍‌ ଗ୍ରୁପ୍‌ର ମୁଖ୍ୟ ଅଜୟ ପିରାମଲଙ୍କ ପୁଅ ଆନନ୍ଦ ପିରାମଲଙ୍କୁ ଇଶା ବିବାହ କରିଥିବା ବେଳେ ଗତକାଲି ଦୁହେଁ ମାତାପିତା ହୋଇଛନ୍ତି। ଇଶାଙ୍କ ଯମଜ ସନ୍ତାନଙ୍କ ମଧ୍ୟରେ ଗୋଟିଏ ପୁଅ ଏବଂ ଅନ୍ୟଟି ଝିଅ ଥିବା ବେଳେ ଜନ୍ମ ପରେ ପରେ ଦୁହିଁଙ୍କ ନାମକରଣ କରାଯାଇଛି। ପୁଅର ନାମ କ୍ରିଷ୍ଣା ଏବଂ ଝିଅ ନାମ ଆଦିୟା ରଖାଯାଇଥିବା ସାମ୍ନାକୁ ଆସିଛି। ୨୦୧୮ ଡିସେମ୍ବରରେ ଇଶା ଓ ଆନନ୍ଦଙ୍କ ବିବାହ ହୋଇଥିଲା। ସଂଯୋଗର ବିଷୟ ହେଉଛି ଇଶା ହେଉଛନ୍ତି ମୁକେଶଙ୍କ ଯମଜ ସନ୍ତାନ ମଧ୍ୟରୁ ଜଣେ। ମୁକେଶଙ୍କ ବଡ଼ ପୁଅ ଆକାଶ ଓ ଇଶା ଯାଁଳା ସନ୍ତାନ ଭାବେ ଜନ୍ମ ହୋଇଥିଲେ।

Mukesh Ambani's daughter Isha, son-in-law Anand Piramal welcome twins | Business Standard News
www.business-standard.com

ତେବେ ଇଶା ରଖିଥିବା ପୁଅ ଓ ଝିଅର ନାଁର ଅର୍ଥ କ’ଣ ଆପଣ ତାହା ଜାଣିଛନ୍ତି କି। ଇଶା ଅମ୍ବାନୀଙ୍କ ଝିଅଙ୍କ ନାଁ ଆଦିୟା ରଖାଯାଇଛି, ଯାହାର ଅର୍ଥ ହେଉଛି “ଆରମ୍ଭ କିମ୍ବା ପ୍ରଥମ ଶକ୍ତି”। ଏହା ସହ ପୁଅର ନାଁ କ୍ରିଷ୍ଣା ରଖାଯାଇଥିବା ବେଳେ ଏହାର ଅର୍ଥ ହେଉଛି “ପ୍ରେମ, ଶାନ୍ତି ଏବଂ ସ୍ନେହ”।

 

ସମ୍ବନ୍ଧିତ ଖବର