ସବୁ ସେଲିବ୍ରିଟିଙ୍କ ଖାସ୍‌ ବନ୍ଧୁ ଓରି ଏବେ ଈଶା ଅମ୍ବାନୀଙ୍କର ବି ‘ବେଷ୍ଟ୍‌ ଫ୍ରେଣ୍ଡ୍‌’

ମୁମ୍ବାଇ: ଏସିଆର ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଅଲିଅଳି ଝିଅ ଈଶା ଅମ୍ବାନୀ ନିଜର ଷ୍ଟାଇଲ୍‌ ସେନ୍ସ ପାଇଁ ବେଶ୍‌ ଜଣାଶୁଣା। ସେ ନିକଟରେ ମେଟ୍ ଗାଲା ୨୦୨୩ରେ ଯୋଗ ଦେଇଥିଲେ। ସେଠାରେ ବି ତାଙ୍କ ଷ୍ଟାଇଲ୍‌ ଓ ପୋଷାକ ସମସ୍ତଙ୍କ ମନ କିଣିଛି। ଏକ ସୁନ୍ଦର ଶାଢ଼ି ଗାଉନ୍‌ ପିନ୍ଧି ନ୍ୟୁୟର୍କ ସହରରେ ହେଉଥିବା ଏହି କାର୍ଯ୍ୟକ୍ରମ‌ରେ ପହଞ୍ଚିଥିଲେ ଈଶା। ତେବେ ସେଠାରେ ପିନ୍ଧିଥିବା ପୋଷାକର ପଣତକୁ ତାଙ୍କ ସାନ ଭାଇଙ୍କ ଭାବି ପତ୍ନୀ ରାଧିକା ମର୍ଚାଣ୍ଟ୍‌ଙ୍କ ବେଷ୍ଟ୍‌ ଫ୍ରେଣ୍ଡ୍‌ ବା ପ୍ରିୟ ବନ୍ଧୁ ଓର୍‌ହାନ୍‌ ଅୱତ୍ରମଣି ସମ୍ଭାଳୁଥିବା ବେଳର ଫଟୋ ଓ ଭିଡିଓ ‌ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ତେବେ ଓର୍‌ହାନ୍‌ ଅୱତ୍ରମଣି ଉର୍‌ଫ ଓରି ହେଉଛନ୍ତି ଅଧିକାଂଶ ସେଲିବ୍ରିଟିଙ୍କ ବନ୍ଧୁ। ରାଧିକାଙ୍କୁ ବାଦ୍‌ ଦେଲେ ସେ ଶାହାରୁଖଙ୍କ ଝିଅ ସୁହାନା ଖାନ୍‌, କାଜଲଙ୍କ ଝିଅ ନ୍ୟାସା ଦେବଗନ୍‌, ଉର୍ଫି ଜାଭେଦ, ଜାହ୍ନବୀ କପୁର, ଭୂମି ପେଡ୍‌ନେକର୍‌, ଅନନ୍ୟା ପାଣ୍ଡେ ଆଦିଙ୍କର ବନ୍ଧୁ ମଧ୍ୟ। ତାଙ୍କୁ ଏ ସମସ୍ତ ସେଲିବ୍ରିଟିଙ୍କ ସହ ପୂର୍ବରୁ ଅନେକ ଉତ୍ସବରେ ଦେଖିବାକୁ ମିଳିଛି।

ମେଟ୍ ଗାଲା ୨୦୨୩ରେ ଓରିଙ୍କୁ ମୁକେଶ ଅମ୍ବାନୀ, ନୀତା ଅମ୍ବାନୀ ଓ ଈଶା ଅମ୍ବାନୀଙ୍କ ସହ ଦେଖିବାକୁ ମିିଳିଥିଲା। ଓରି ପିନ୍ଧିଥିବା ‌ପୋଷାକଟି ଖୁବ୍ ସାଧାରଣ ଦିଶୁଥିଲେ ଯଥେଷ୍ଟ ମହଙ୍ଗା ବୋଲି ସୂଚନା ରହିଛି। ସେ ପିନ୍ଧିଥିବା ସ୍ବେଟର୍‌ର ଦାମ ୧.୭ ଲକ୍ଷ ବୋଲି ଜାଣିବାକୁ ମିଳିଛି। ସେ ପ୍ରାୟ ୧.୩ ଲକ୍ଷର ଏକ ସ୍ନିକର୍‌ ପିନ୍ଧିଥିଲେ।

ସମ୍ବନ୍ଧିତ ଖବର