ଇସରତ ଜାହାଁ ଏନକାଉଣ୍ଟର ମାମଲାରେ ରାୟ ପ୍ରକାଶ କଲେ ସିବିଆଇର ସ୍ୱତନ୍ତ୍ର କୋର୍ଟ, ମୁକୁଳିଲେ ୩ ପୁଲିସ ଅଧିକାରୀ

ଅହମ୍ମଦାବାଦ୍‌: ଇସରତ ଜାହାଁ ଏନକାଉଣ୍ଟର ମାମଲାରେ ସିବିଆଇର ସ୍ୱତନ୍ତ୍ର କୋର୍ଟ ଆଜି ରାୟ ଦେଇଛନ୍ତି । ଏହି ମାମଲାରେ ଅଭିଯୁକ୍ତ ଥିବା କ୍ରାଇମବ୍ରାଞ୍ଚର ୩ ଜଣ ଅଧିକାରୀ (ତରୁଣ ବାରେଟ୍, ଅଞ୍ଜୁ ଚୌଧୁରୀ ଓ ଗିରୀସ୍ ସିଂଘଲ)ଙ୍କୁ ଦୋଷମୁକ୍ତ କରାଯାଇଛି । ଏହି ୩ ଅଧିକାରୀଙ୍କୁ ଦୋଷମୁକ୍ତ କରିବା ସହ କୋର୍ଟ କହିଥିଲେ କି ଇସରତ ଜାହାଁ ଲସ୍କର ଇ ତୋଇବାର ଜଣେ ଆତଙ୍କବାଦୀ ଥିଲେ । କୋର୍ଟ ଆହୁରି କହିଛନ୍ତି କି କ୍ରାଇମବ୍ରାଞ୍ଚର ଏହି ୩ ଜଣ ଅଧିକାରୀ ଇଣ୍ଟେଲିଜେନ୍ସ ବ୍ୟୁରୋର ସୂଚାନ ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ସେମାନେ ଯାହା କରିବାର ଥିଲା ତାହା ହିଁ କରିଛନ୍ତି ବୋଲି କୋର୍ଟ କହିଥିଲେ ।

କହିରଖୁ କି ଇସରତ୍ ଜାହାଁ ଓ ତାଙ୍କର ୩ ଜଣ ସହଯୋଗୀ ଜାଭେଦ୍ ଶେଖ୍, ଅମଜଦ୍ ଅଲ୍ଲୀ ଓ ଜୀଶାନ ଜୌହରକୁ କ୍ରାଇମବ୍ରାଞ୍ଚ ୨୦୦୪ ଜୁନ୍ ମାସରେ ଏନକାଉଣ୍ଟର କରିଥିଲା । ଏଥିରେ ସମସ୍ତଙ୍କର ମୃତ୍ୟୁ ହୋଇଥିଲା । ଏହି ମାମଲାରେ ଗୁଜୁରାଟ ପୁଲିସର ପୂର୍ବତନ ମହାନିର୍ଦ୍ଦେଶକ ପି.ପି ପାଣ୍ଡେ, ପୂର୍ବତନ ଆଇପିଏସ୍ ତଥା କ୍ରାଇମବ୍ରାଞ୍ଚ ମୁଖ୍ୟ ଡି.ଜି ବଞ୍ଜାରା ଓ ପୁଲିସ ଉପାଧ୍ୟକ୍ଷ ଏନ.କେ ଅମିନଙ୍କୁ ବି ଅଭିଯୁକ୍ତ ଭାବେ ଗିରଫ୍ କରାଯାଇଥିଲା । ହେଲେ ସେମାନେ ଏହି ମାମଲାରୁ ପୂର୍ବରୁ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇ ମୁକୁଳି ସାରିଛନ୍ତି।

ସମ୍ବନ୍ଧିତ ଖବର