ଫରିଦାବାଦ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ରମନ୍ତ୍ରୀ ଥିବା ଇଶ୍ୱର ଦୟାଲ ସ୍ୱାମୀଙ୍କ ରବିବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ବର୍ଷ ହୋଇଥିଲା। ସ୍ୱାମୀଙ୍କ ଜନ୍ମ ୧୯୨୯ ମସିହା ଅଗଷ୍ଟ ୧୧ ତାରିଖରେ ହରିୟାଣାର ଅମ୍ବାଲାରେ ହୋଇଥିଲା।
ରବିବାର ଫରିଦାବାଦର ମେଟ୍ରୋ ହାର୍ଟ ଇନଷ୍ଟିଚ୍ୟୁଟେରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଗତ ସୋମବାର ତାଙ୍କ ସ୍ତ୍ରୀ ପ୍ରଜ୍ଞା ସ୍ୱାମୀ(୮୨)ଙ୍କ ମୃତ୍ୟୁ ଘଟିଥିଲା। ଇଶ୍ୱର ଦୟାଲ କରନାଲ ଲୋକସଭା ଆସନରୁ ୧୯୯୬ ଏବଂ ୧୯୯୯ରେ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୧୯୯୯ରେ ବାଜପେୟୀ ସରକାରରେ ଇଶ୍ୱର ଦୟାଲ ସ୍ୱାମୀ ମନ୍ତ୍ରୀ ହୋଇଥିଲେ।
ଇଶ୍ୱର ଦୟାଲ ସ୍ୱାମୀଙ୍କ ଗୋଟିଏ ପୁତ୍ର ରାଜେନ୍ଦ୍ର ସ୍ୱାମୀଙ୍କ ସମେତ ତିନିଜଣ କନ୍ୟା ସନ୍ତାନ ଅଛନ୍ତି। ଇଶ୍ୱର ଦୟାଲଙ୍କ ତିନ କନ୍ୟାଙ୍କ ନାମ ସାଗିରା ସ୍ୱାମୀ, ସଗୁପ୍ତା ଶର୍ମା ଓ ସୋଫିଆ ସାରଦା । ସ୍ୱାମୀଙ୍କ ବଡ଼ ପୁଅ ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ସକ୍ରିୟ ଥିବା ସୂର୍ଯ୍ୟ ସ୍ୱାମୀଙ୍କ ପୂର୍ବରୁ ନିଧନ ହୋଇସାରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/iswar_dayal_swamy_5510029_835x547-m.jpg)