ମେରଠ: ପଶ୍ଚିମ ଉତ୍ତରପ୍ରଦେଶର ଶାମଲି ଜିଲ୍ଲାରୁ ଜଣେ ଆଇଏସଆଇ ଏଜେଣ୍ଟ ଗିରଫ ହୋଇଛି । ତା ନା କଲିମ୍ ବୋଲି ଜଣାପଡ଼ିଛି । ତାକୁ ୟୁପି ଏସଟିଏଫ ଗିରଫ କରିଛି । ସେ ପାକିସ୍ତାନକୁ ଭାରତୀୟ ସେନାର ଗୁପ୍ତ ତଥ୍ୟ ପଠାଉଥିଲା ।
। କେବଳ ଏତିକି ନୁହେଁ, କାଲିମ୍ ପାକିସ୍ତାନର ଆତଙ୍କବାଦୀ ଦିଲଶାଦ ଓରଫ ମିର୍ଜାଙ୍କ ସହ ଯୋଗାଯୋଗରେ ଥିଲା, ଯାହାକୁ ସେ ହ୍ୱାଟ୍ସଆପ୍ ଏବଂ ଅନ୍ୟାନ୍ୟ ସୋସିଆଲ ସାଇଟ୍ ମାଧ୍ୟମରେ ଭାରତୀୟ ସେନାର କାଗଜପତ୍ର ଏବଂ ଫଟୋ ପଠାଉଥିଲା।
ଏସଟିଏଫ୍ ମେରଠ ୟୁନିଟରେ କଲିମକୁ ଗିରଫ କରିବା ସହ ଶାମଲି ଜିଲ୍ଲାର କୋତୱାଲିରେ ଏକ ମାମଲା ରୁଜୁ କରିଛି। ଏସଟିଏଫ ଅଧିକାରୀଙ୍କ କହିବା ଅନୁଯାୟୀ, କାଲିମ ପାକିସ୍ତାନରେ ବସିଥିବା ଆତଙ୍କବାଦୀ ସଂଗଠନର ଇଶାରାରେ ବେଆଇନ ଅସ୍ତ୍ରଶସ୍ତ୍ର ଯୋଗାଉଥିଲା। ଖାଲି ସେତିକି ନୁହେଁ, ସେ ମୁସଲମାନ ଯୁବକଙ୍କୁ ଆତଙ୍କବାଦୀ ହେବାକୁ ପ୍ରବର୍ତ୍ତାଉଥିଲା । ସେ ନକଲି ଆଇଡିରେ ଅନେକ ସିମ୍ କିଣିଥିବା ବେଳେ ତା ମୋବାଇଲରୁ କିଛି କାଗଜପତ୍ର ମିଳିଛି ଯାହା ଲାହୋରରେ ବସିଥିବା ଆତଙ୍କବାଦୀ ଦିଲଶାଦ ଓରଫ ଶେଖ୍ ଖାଲିଦଙ୍କୁ ପଠାଯାଇଛି।
କଲିମ ୪/୫ ଦିନ ତଳେ ପାକିସ୍ତାନରୁ ଭାରତ ଆସି ଲୋକଙ୍କୁ ଜିହାଦ ପ୍ରଚାର ପାଇଁ ପ୍ରେରଣା ଦେଉଥିବା ଜଣାପଡ଼ିଛି । ସେ ଭାରତରେ ମୁଜାହିଦ୍ଦିନର ଏକ ଗୋଷ୍ଠୀ ଗଠନ ପ୍ରକ୍ରିୟାରେ ନିୟୋଜିତ ଥିଲା । ସୂଚନା ଆଧାରରେ ଏସଟଟିଏଫ୍ ଟିମ୍ କଲିମକୁ ଘେରାଉ କରି ଗିରଫ କରିଥିଲା। ପଚରାଉଚରା ବେଳେ କଲିମ ପ୍ରକାଶ କରିଛି ଯେ ତା ଭାଇ ତହସିଲ ମଧ୍ୟ ଆଇଏସଆଇ ହେଣ୍ଡଲର ଭାବରେ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଥାଏ ।