ନୂଆଦିଲ୍ଲୀ: ପାକିସ୍ତାନର ‘ଇଣ୍ଟର୍-ସର୍ଭିସେସ୍ ଇଣ୍ଟେଲିଜେନ୍ସ୍’ର (ଆଇଏସ୍ଆଇ) ଏଜେଣ୍ଟ୍ ଭାବେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତିଙ୍କୁ ସେପ୍ଟେମ୍ବର ୧୯ ତାରିଖ ଦିନ ନେପାଳର କାଠମାଣ୍ଡୁସ୍ଥିତ ତାଙ୍କ ଆଡ୍ଡା ବାହାରେ ଗୁଳିକରି ହତ୍ୟା କରାଯାଇଛି।
ସେ ମଧ୍ୟ ‘ଆଇଏସ୍ଆଇ’ ଭାରତକୁ ପଠାଉଥିବା ଜାଲ୍ ନୋଟ୍ର ସବୁଠୁ ବଡ଼ ଏଜେଣ୍ଟ୍ ଥିଲେ ବୋଲି ଗୁଇନ୍ଦା ଏଜେନ୍ସି ଗଣମାଧ୍ୟମକୁ କହିଛି। ତାଙ୍କୁ ଅଜ୍ଞାତ ଆତତାୟୀମାନେ ଗୁଳି କରି ମାରୁଥିବାର ଦୃଶ୍ୟ ‘ସିସିଟିଭି’ କ୍ୟାମେରାରେ ଉତ୍ତୋଳିତ ହୋଇଛି।
Image Courtesy of NDTVନିହତ ‘ଆଇଏସ୍ଆଇ’ ହେଉଛନ୍ତି ୫୫ ବର୍ଷିୟ ଲାଲ୍ ମହମ୍ମଦ୍ ଓରଫ୍ ମହମ୍ମଦ୍ ଦର୍ଜୀ। ‘ଆଇଏସ୍ଆଇ’ ତରଫରୁ ଲାଲ୍ ମହମ୍ମଦ୍ ପାକିସ୍ତାନ ଓ ବାଂଲାଦେଶରୁ ଆସୁଥିବା ଜାଲ୍ ଭାରତୀୟ ଟଙ୍କା ନେପାଳକୁ ନେଉଥିଲେ ଏବଂ ତା’ପରେ ଭାରତକୁ ପଠାଉଥିଲେ।
ସରକାରୀ କର୍ତ୍ତୃପକ୍ଷମାନଙ୍କ କହିବା ଅନୁସାରେ, ଲାଲ୍ ମହମ୍ମଦ୍ ‘ଆଇଏସ୍ଆଇ’କୁ ପରିବହନରେ ସହାୟତା କରୁଥିଲେ। ‘ଅଣ୍ଡର୍ୱାର୍ଲଡ୍’ ଗ୍ୟାଙ୍ଗ୍ଷ୍ଟର୍ ଦାଉଦ୍ ଇବ୍ରାହିମ୍ଙ୍କ ‘ଡି-ଗ୍ୟାଙ୍ଗ୍’ ସହିତ ତାଙ୍କର ଯୋଗଯୋଗ ଥିଲା। ଏହଛଡ଼ା, ଅନ୍ୟାନ୍ୟ ‘ଆଇଏସ୍ଆଇ’ ଏଜେଣ୍ଟ୍ମାନଙ୍କୁ ସେ ଆଶ୍ରୟ ଦେଉଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/isi-agent-1.jpg)