ପେଶାୱାର: ପାକିସ୍ତାନର ଗୁଇନ୍ଧା ସଂସ୍ଥା ଆଇଏସଆଇର ଜଣେ ଉଚ୍ଚ ପଦାଧିକାରୀ ମଙ୍ଗଳବାର ରାତିରେ ଆତଙ୍କବାଦୀଙ୍କ ଗୁଳିରେ ନିହତ ହୋଇଛନ୍ତି। ମୃତକ ହେଲେ ମୁସ୍ତାଫା କମଲ ବାର୍କି। ସେ ଆଇଏସଆଇର ବ୍ରିଗେଡିୟର ଥିଲେ। ପାକିସ୍ତାନର ଉତ୍ତରପଶ୍ଚିମ ଅଞ୍ଚଳରେ ଆତଙ୍କୀ କାର୍ଯ୍ୟକଳାପ ଯାଞ୍ଚ ପାଇଁ ତାଙ୍କ ଟିମ ସହିତ ଗାଡିରେ ଯାଉଥିବାବେଳେ ଏହି ଅଘଟଣ ଘଟିଛି। ଦକ୍ଷିଣ ୱାଜିରସ୍ତାନର ଅଙ୍ଗୁର ଆଦା ନିକଟରେ ଆତଙ୍କବାଦୀଙ୍କ ସହିତ ତାଙ୍କ ଟିମର ମୁହାଁମୁହିଁ ହୋଇଥିଲା। ଆଇଏସଆଇ ଅଧିକାରୀଙ୍କ ଗାଡିକୁ ଦେଖି ଆତଙ୍କବାଦୀମାନେ ଅଚାନକ ତାଙ୍କ ଗାଡି ଉପରକୁ ଗୁଳିଚଳାନା କରିଥିଲେ।

Advertisment

ଆଇଏସଆଇ ଟିମ ପକ୍ଷରୁ ବି ପାଲଟା ଗୁଳିଚାଳନା କରାଯାଇଥିଲା। ତେବେ ଆତଙ୍କବାଦୀଙ୍କ ଗୁଳିମାଡରେ ମୁସ୍ତାଫାଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ଟିମର ୭ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସାଂଘାତିକ ହୋଇଛି ବୋଲି ପାକ୍ ସେନାର ମିଡିଆ ୱିଙ୍ଗ ପକ୍ଷରୁ ପ୍ରକାଶ ପାଇଛି।