ନିର୍ବାଚନ ପୂର୍ବରୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ହତ୍ୟା କରିବାକୁ ଚକ୍ରାନ୍ତ କରିଥିଲା ପାକିସ୍ତାନ, କିନ୍ତୁ ର’ ସହାୟତା ଯୋଗୁଁ ପଣ୍ଡ ହୋଇଥିଲା ଚକ୍ରାନ୍ତ

ଢାକା : ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ହତ୍ୟା କରିବା ପାଇଁ ପାକିସ୍ତାନର କୁଖ୍ୟାତ ଆଇଏସଆଇର ଏକ ବଡ଼ ଧରଣର ଷଡ଼ଯନ୍ତ୍ର ସାମନାକୁ ଆସିଛି । ଗତ ଡିସେମ୍ବର ମାସରେ ହାସିନାଙ୍କୁ ହତ୍ୟା କରିବା ପାଇଁ ଆଇଏସଆଇ ଓ ବାଂଲାଦେଶର କେତେକ ବିଦ୍ରୋହୀ ନେତା ଷଡ଼ଯନ୍ତ୍ର କରିଥିଲେ । ଢାକାରେ ଏକ ବଡ଼ ଧରଣର ବୋମା ବିସ୍ଫୋରଣ କରିବାକୁ ମଧ୍ୟ ଯୋଜନା ଥିଲା । କିନ୍ତୁ ବାଂଲାଦେଶ ସରକାର ଭାରତର ଗୁଇନ୍ଦା ସଂସ୍ଥା ର’ ପକ୍ଷରୁ ଆଗୁଆ ସୂଚନା ପାଇ ଏହି ଷଡଯନ୍ତ୍ରକୁ ପଣ୍ଡ କରିଦେଇଥିଲେ ।

ଏହି ଆତଙ୍କବାଦୀ ଆକ୍ରମଣ ପାଇଁ ଆଇଏସଆଇ ପକ୍ଷରୁ ଏକ ଜାହଜରେ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ବୋଝେଇ କରି ବଙ୍ଗୋପସାଗରରେ ପଠାଯାଇଥିଲା । କିନ୍ତୁ ଅତ୍ୟନ୍ତ ରହସ୍ୟଜନକଭାବେ ଏହି ଜାହଜଟି ସମୁଦ୍ର ମଝିିରେ ହିଁ ବିସ୍ଫୋରଣ ହୋଇ ବୁଡିଯାଇଥିଲା । ଭାରତୀୟ ବୁଡାଜାହଜ କିମ୍ବା ବାଂଲାଦେଶ ସେନାର ଗୋପନ ଅପରେସନ ଫଳରେ ଏହା ହୋଇଥାଇପାରେ ବୋଲି ସଂଦେହ କରାଯାଉଛି । ଗତ ଡିସେମ୍ବରରେ ଅନୁଷ୍ଠିତ ବାଂଲାଦେଶ ନିର୍ବାଚନରେ ପୁଣି ଥରେ ଶେଖ ହସିନା ନେତୃତ୍ୱାଧୀନ ଆଓ୍ଵାମୀ ଲିଗ୍‌ ବିଜୟୀ ହୋଇଥିଲା । କ୍ରମାଗତ ୩ୟ ଥର ପାଇଁ ଶେଖ ହସିନା ବାଂଲାଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ ।

ସମ୍ବନ୍ଧିତ ଖବର