ଆତଙ୍କବାଦୀଙ୍କ ଲାଗି ଅନୁପ୍ରବେଶ ପଥ ବାହାର କରିବାକୁ କଶ୍ମୀରରେ ଥିବା ନିଜର ଗୁପ୍ତଚରମାନଙ୍କୁ ଆଇଏସଆଇର ନିର୍ଦ୍ଦେଶ

ଶ୍ରୀନଗର : ଭାରତ ସରକାର କଶ୍ମୀରରୁ ଧାରା ୩୭୦ ଉଠାଇବା ପରେ ପାକିସ୍ତାନ ଘାଟିରେ ଅସ୍ଥିରତା ସୃଷ୍ଟି କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଆସୁଛି । କିନ୍ତୁ ଭାରତୀୟ ସେନା ଓ ଅର୍ଦ୍ଧସାମରିକ ବାହିନୀଗୁଡ଼ିକର କଡା ପ୍ରହରା ଯୋଗୁଁ ସୀମା ସେପଟେ ପ୍ରସ୍ତୁତ ହୋଇ ରହିଥିବା ଆତଙ୍କବାଦୀମାନେ ଭାରତରେ ପ୍ରବେଶ କରିପାରୁନାହାନ୍ତି ।

ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ ପକ୍ଷରୁ କେତେକ ପଦକ୍ଷେପ ନିଆଯାଉଛି । ଅନୁପ୍ରବେଶ ପାଇଁ ପଥ ବାହାର କରିବାକୁ ଆଇଏସଆଇ କଶ୍ମୀରରେ ଥିବା ନିଜର ଏଜେଣ୍ଟମାନଙ୍କୁ ନିର୍ଦ୍ଦେଶ ଦେଇଛି । କଶ୍ମୀର ଘାଟି ଓ ନିୟନ୍ତ୍ରଣ ରେଖାର କେଉଁ କେଉଁ ସ୍ଥାନରେ ସୁରକ୍ଷା ବଳ ମୁତୟନ କରାଯାଇଛି, କେଉଁ ସ୍ଥାନରେ ଅନୁପ୍ରବେଶ କରିହେବ ତାହା ଜଣାଇବାକୁ ଓ ଏଥିଲାଗି ନକସା ପ୍ରସ୍ତୁତ କରିବାକୁ ଏହି ଏଜେଣ୍ଟ ମାନଙ୍କୁ କୁହାଯାଇଛି । ଆଇଏସଆଇର ନିର୍ଦ୍ଦେଶ ପାଇବା ପରେ ଏଜେଣ୍ଟମାନେ ଜିପିଏସ ମାଧ୍ୟମରେ ନକସା ପ୍ରସ୍ତୁତ କରୁଛନ୍ତି ବୋଲି ଗୁଇନ୍ଦା ସଂସ୍ଥାମାନେ ରିପୋର୍ଟ ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ପକ୍ଷରୁ ସତର୍କତା ବଢାଇଦିଆଯାଇଛି ।

ସମ୍ବନ୍ଧିତ ଖବର