ଇସଲାମାବାଦ: କାହାର ଫୋନ୍ କଲ୍ ଶୁଣିବା ଏବଂ ଏହାକୁ ରେକର୍ଡିଂ କରିବା ଗୋପନୀୟତାର ଉଲ୍ଲଂଘନ ବୋଲି ଧରାଯାଏ। ଦୁନିଆର କୌଣସି ଗଣତାନ୍ତ୍ରିକ ଦେଶରେ, ଅନ୍ୟମାନଙ୍କ କଥାବାର୍ତ୍ତା ଶୁଣିବାକୁ କାହାକୁ ଅଧିକାର ଦିଆଯାଇ ନ ଥାଏ। କିନ୍ତୁ ବର୍ତ୍ତମାନ ଏହା ପାକିସ୍ତାନରେ ଘଟିବାକୁ ଯାଉଛି।

Advertisment

ପ୍ରଧ‌ାନମନ୍ତ୍ରୀ ଶାହବାଜ ସରିଫ ସରକାର ଦେଶର ଗୁପ୍ତଚର ଏଜେନ୍ସି ଆଇଏସଆଇକୁ ଦେଶର ଲୋକଙ୍କ ଫୋନ କଲକୁ ଶୁଣିବାର କ୍ଷମତା ଦେଇଛନ୍ତି। ଏବେ ଆଇଏସଆଇ ଫୋନ୍ କଲ୍ ଶୁଣିବାକୁ ସମର୍ଥ ହେବ। କେବଳ ଏତିକି ନୁହେଁ, ଫୋନ୍ କଲ୍‌ର ବିଷୟରେ ମଧ୍ୟ ଜାଣିବାକୁ ସକ୍ଷମ ହେବ।

ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ଟେଲି ଯୋଗାଯୋଗ ମନ୍ତ୍ରଣାଳୟ ପାକିସ୍ତାନ ଟେଲି ଯୋଗାଯୋଗ (ପୁନର୍ଗଠନ) ଅଧିନିୟମ, ୧୯୯୬ ଅନୁଯାୟୀ ଏହାର ବିଜ୍ଞପ୍ତି ଜାରି କରିଛି। ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି, ଧାରା ୫୪ ଅନୁଯାୟୀ କ୍ଷମତା ବ୍ୟବହାର କରି ସରକାର ଜାତୀୟ ସୁରକ୍ଷା ଦୃଷ୍ଟିରୁ ତଥା କୌଣସି ଅପରାଧ ସନ୍ଦେହରେ ଫୋନ୍ କଲ୍ ଏବଂ ବାର୍ତ୍ତା ହସ୍ତାନ୍ତର କରିବାକୁ ଆଇଏସଆଇକୁ ଅନୁମତି ଦେଇଛନ୍ତି। ଯେକୌଣସି ଟେଲିକମ୍ ସିଷ୍ଟମରୁ ପ୍ରାପ୍ତ କୌଣସି କଲ, ଗ୍ରେଡ୍-୧୮ ରାଙ୍କ କିମ୍ବା ତଦୁର୍ଦ୍ଧ୍ୱ ଅଧିକାରୀମାନେ ଏହାର ଅନୁସନ୍ଧାନ କରିବାକୁ ସମର୍ଥ ହେବେ।

ଫୋନ୍ କଲ ରେକର୍ଡଗୁଡିକ ମଧ୍ୟ ରଖାଯାଇପାରିବ। ସୂତ୍ର ଅନୁଯାୟୀ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଏଥିପାଇଁ କ୍ୟାବିନେଟ ବୈଠକ ଡାକିଥିଲେ ଏବଂ ଏଥିରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ବିଶେଷ କଥା ହେଉଛି ଆଇଏସଆଇ ବର୍ତ୍ତମାନ ଯେକୌଣସି ଫୋନ୍ କଲ୍ ରେକର୍ଡ କରିପାରିବ। ଏହାର ଅର୍ଥ ଆଇଏସଆଇ ନିଜ ସହିତ ପୁରା ତଥ୍ୟ ରଖିପାରିବେ।

ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଆଇଏସଆଇକୁ ନୂତନ କ୍ଷମତା ପ୍ରଦାନକୁ ଦୃଢ଼ ବିରୋଧ କରିଛି। ଦଳର ନେତା ଓମାର ଆୟୁବ ଖାନ କହିଛନ୍ତି ସରକାର ଏବଂ ସହଯୋଗୀମାନେ ଜାଣିବା ଉଚିତ ଯଦି ସେମାନେ କ୍ଷମତାରେ ନାହାନ୍ତି ସେମାନଙ୍କ ନେତାଙ୍କ ବିରୋଧରେ ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ରାଜନେତାମାନେ ଭୟ କରୁଛନ୍ତି ଯେ ଏହାକୁ ସେମାନଙ୍କ ବିରୁଦ୍ଧରେ ବ୍ୟବହାର କରାଯାଇପାରିବ। ବର୍ଷ ବର୍ଷ ଧରି ପାକିସ୍ତାନରେ ଏହା ଘଟୁଛି, ଯିଏ କ୍ଷମତାରେ ଅଛି, ସେ ଏପରି ଉଦ୍ୟମ କରି ବିରୋଧୀଙ୍କୁ ହଇରାଣ କରୁଛି। କିନ୍ତୁ ସେଠାକାର ଲୋକମାନେ ଅଧିକ ଚିନ୍ତିତ ଅଛନ୍ତି। କାରଣ ଆଇଏସଆଇ ଏହି ଶକ୍ତି ବ୍ୟବହାର କରି ଲୋକଙ୍କୁ ହଇରାଣ କରିପାରିବ‌ାର ଆଶଙ୍କା ରହିଛି।