ଆତଙ୍କବାଦୀଙ୍କ ଟାର୍ଗେଟରେ ଅଯୋଧ୍ୟା, ସତର୍କ କରାଇଲା ର’

ନୂଆଦିଲ୍ଲୀ : ଆଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଲାଗି ଆସନ୍ତା ୫ ତାରିଖରେ ଭୂମିପୂଜା ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହି ଭୂମିପୂଜା କାର୍ଯ୍ୟକ୍ରମ ଉପରେ ଏବେ ସାରା ବିଶ୍ୱର ଦୃଷ୍ଟି ରହିଛି । ଏହା ଫଳରେ ଅଯୋଧ୍ୟା ଆତଙ୍କବାଦୀଙ୍କ ଟାର୍ଗେଟକୁ ଆସିଯାଇଛି ।
ଭାରତୀୟ ଗୁଇନ୍ଦା ସଂସ୍ଥା ର’ (ରିସର୍ଚ୍ଚ ଏଣ୍ଡ ଆନାଲିସିସ ଓ୍ଵିଙ୍ଗ) ପକ୍ଷରୁ ସରକାରଙ୍କୁ ଦିଆଯାଇଥିବା ଏକ ରିପୋର୍ଟରେ ଏ ନେଇ ସତର୍କ କରିଦିଆଯାଇଛି । ର’ ପକ୍ଷରୁ କୁହାଯାଇଛି ଯେ ପାକିସ୍ତାନର କୁଖ୍ୟାତ ଗୁଇନ୍ଦା ସଂସ୍ଥା ଆଇଏସଆଇ ଆସନ୍ତା ଅଗଷ୍ଟ ୧୫ ତାରିଖରେ ଅଯୋଧ୍ୟାରେ ଏକ ଆତଙ୍କବାଦୀ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରୁଛି । ଏହି ଆକ୍ରମଣ ଲାଗି ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ ଓ ଲସ୍କର-ଇ-ତୋଇବାକୁ ଦାୟିତ୍ୱ ଦିଆଯାଇଛି । ଏହି ଦୁଇ ସଂଗଠନର କିଛି ଆତଙ୍କବାଦୀ ଏଥିଲାଗି ଆଫଗାନିସ୍ତାନରେ ତାଲିମ ନେଉଛନ୍ତି ।
ଆଇଏସଆଇ ଅଯୋଧ୍ୟାରେ ଏହି ଆକ୍ରମଣ ଲାଗି ୩ରୁ ୫ଟି ଦଳ ଗଠନ କରାଯାଇଛି । ଏପରି ଆକ୍ରମଣ କରିବାକୁ କୁହାଯାଇଛି ଯେପରିକି ଏହା ଭାରତରେ ଥିବା କୌଣସି ଗୋଷ୍ଠୀ ଆକ୍ରମଣ ଘଟାଇଛନ୍ତି । ଏହି ଆକ୍ରମଣ ବେଳେ ଭିଆଇପି ମାନଙ୍କୁ ଟାର୍ଗେଟ କରିବାକୁ କୁହାଯାଇଛି । ଯେପରିକି ସମଗ୍ର ବିଶ୍ୱରେ ଏହାର ଚର୍ଚ୍ଚା ହେବ । ଏହି ଗୁଇନ୍ଦା ରିପୋର୍ଟ ଆସିବା ପରେ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ସମ୍ବନ୍ଧିତ ଖବର