ଚଣ୍ଡୀଗଡ଼: ଭାରତ ବିରୋଧୀ କାର୍ଯ୍ୟକଳାପ ଜାରି ରଖି ପାକିସ୍ତାନର ଆଇଏସ୍ଆଇ ‘ପ୍ରୋଜେକ୍ଟ ହାର୍ଭେଷ୍ଟ’ ଆରମ୍ଭ କରିଛି। ଏଥିପାଇଁ କାନାଡ଼ାରେ ବାସ କରୁଥିବା ଜଣେ ଖଲିସ୍ତାନୀ ସମର୍ଥକଙ୍କୁ ଦାୟିତ୍ୱ ଦେଇ ଅବସରପ୍ରାପ୍ତ ପୁଲିସ ଏବଂ ସେନା କର୍ମଚାରୀଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିବା ଜଣାପଡ଼ିଛି।
ଏହି ପ୍ରୋଜେକ୍ଟ ହାର୍ଭେଷ୍ଟ ଯୋଜନା ମୁତାବକ, ପଞ୍ଜାବ ଏବଂ ଦେଶର ଅନ୍ୟାନ୍ୟ ସ୍ଥାନରେ ଅବସରପ୍ରାପ୍ତ ପୁଲିସ ଏବଂ ସେନା କର୍ମଚାରୀଙ୍କୁ ହତ୍ୟା କରିବା ସହିତ ବିଛିନ୍ନତାବାଦୀ କାର୍ଯ୍ୟକଳାପ ଜରିଆରେ ଆଇଏସ୍ଆଇ ଉତ୍ତେଜନା ସୃଷ୍ଟି କରିବାକୁ ଚାହୁଛି। ଖଲିସ୍ଥାନ ଆନ୍ଦୋଳନରେ ଯୋଗଦେବାକୁ ଇଚ୍ଛୁକ ଥିବା ଲୋକଙ୍କୁ ଶିଖ୍ସ ଫର୍ ଜଷ୍ଟିସ୍ (ଏସ୍ଏଫ୍ଜେ) ବିମାନ ଯାତ୍ରା ପାଇଁ ଟିକଟ ଯୋଗାଉଥିବା ଜଣାପଡ଼ିଛି। ଏହା ପରେ ଖଲିସ୍ତାନ ସମର୍ଥନରେ ଥିବା ଏସ୍ଏଫ୍ଜେ ଉପରେ ସୁରକ୍ଷା ଏଜେନ୍ସିଗୁଡିକ କଡ଼ା ନଜର ରଖିଛନ୍ତି। ଏସ୍ଏଫ୍ଜେ ଆଇଏସ୍ଆଇର ପ୍ରୋଜେକ୍ଟ ହାର୍ଭେଷ୍ଟର ଅଂଶ କି ନୁହଁ ଅନୁସନ୍ଧାନ କରାଯାଉଛି।
ଇତିମଧ୍ୟରେ, ପଠାଣକୋଟ ରେଳ ଷ୍ଟେସନ୍ ଅଧ୍ୟକ୍ଷଙ୍କୁ ଚିଠି ଦ୍ୱାରା ଧମକ ଦିଆଯାଇଛି। ପଠାଣକୋଟ ସହର ଏବଂ ରେଳ ଷ୍ଟେସନକୁ ଉଡାଇଦେବାକୁ ଧମକ ଦିଆଯାଇଛି। ଏହାପରେ ପଠାଣକୋଟରେ ସୁରକ୍ଷା ବ୍ୟବସ୍ତା କଡ଼ାକଡ଼ି କରାଯାଇଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଆଶଙ୍କା ପ୍ରକଟ କରି କହିଛନ୍ତି, ପାକିସ୍ତାନର ଆଇଏସ୍ଆଇ ଏବଂ କଠୋରପନ୍ଥୀ ଶିଖ ସଂଗଠନଗୁଡିକ କର୍ତାରପୁର କରିଡ଼ରକୁ ଭାରତ ବିରୋଧୀ କାର୍ଯ୍ୟକଳାପରେ ଲଗାଇପାରନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୌଣସି ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପକୁ ସହ୍ୟ କରାଯିବ ନାହିଁ ବୋଲି ସ୍ପଷ୍ଟ କରିବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଖଲିସ୍ତାନୀ ଏବଂ ଅନ୍ୟାନ୍ୟ ଆତଙ୍କବାଦୀ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାପରେ ରହିଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଭାରତ ସପକ୍ଷରେ ଖାନ୍ କିଛି ପଦକ୍ଷେପ ନେବା ପରେ ଖାନ୍ ଏବଂ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱାଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିବା ଜଣାପଡ଼ିଛି।
ଆଇଏସ୍ଆଇର ପ୍ରୋଜେକ୍ଟ ହାର୍ଭେଷ୍ଟ:ଅବସରପ୍ରାପ୍ତ ପୁଲିସ, ସେନା କର୍ମଚାରୀଙ୍କୁ ହତ୍ୟା ଯୋଜନା
/sambad/media/post_attachments/wp-content/uploads/2019/05/pathankot-railway-station.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)