ବାଗଦାଦ: ସମଗ୍ର ବିଶ୍ୱକୁ ଆତଙ୍କରେ ଥରହର କରିଥିବା ଆତଙ୍କବାଦୀ ସଂଗଠନ ଇସ୍୍ଲାମିକ ଷ୍ଟେଟ୍ (ଆଇଏସ୍) ଏବେ ଇରାକ୍ରୁ ମୂଳପୋଛ ହୋଇଯାଇଛି। ଇରାକ୍ରେ ଆଇଏସ୍ର ଶେଷଗଡ଼ କୁହାଯାଉଥିବା ଅଲ୍ କଇମ ଏବଂ ରାବାରୁ ଏହାକୁ ହଟାଇବା ପାଇଁ ଇରାକ୍ ସେନାର ବଡ଼ ଧରଣର ଅଭିଯାନ ସଫଳ ହୋଇଛି। ଅଲ୍ କଇମ୍ର ଅଳ୍ପ କିଛି ଅଂଚଳକୁ ବାଦଦେଲେ ଆଇଏସ୍ ପ୍ରଭାବର ଚିହ୍ନବର୍ଣ୍ଣ ଆଉ କେଉଁଠି ନାହିଁ। ଅଲ୍ କଇମ୍ରୁ ଆଇଏସ୍କୁ ମୂଳୋତ୍ପାଟନ କରିବା ପାଇଁ ଅପରେସନ ଜାରି ରହିଛି। ଇରାକୀ ସେନା ଟ୍ୟାଙ୍କ୍ ଓ ଅନ୍ୟ ଭାରୀ ଯୁଦ୍ଧାସ୍ତ୍ରରେ ଆକ୍ରମଣ କରିବା ପରେ ଆଇଏସ୍ ଯୋଦ୍ଧାଙ୍କ ପାଖରେ ମରିବା କିମ୍ବା ଆତ୍ମସମର୍ପଣ କରିବା ଛଡ଼ା ଅନ୍ୟ ବିକଳ୍ପ ନାହିଁ। ଆଇଏସ୍ର ଶେଷ ଗଡ଼ କୁହାଯାଉଥିବା ଅଲ କଇମ୍ର ୯୫ ପ୍ରତିଶତ ଅଂଚଳରୁ ଏହା ସତ୍ତା ହଜିଯାଇଛି। ସିରିୟା ସୀମାର ଏକ ନିର୍ଦ୍ଦଷ୍ଟ ଅଂଚଳକୁ ବାଦଦେଇ ସମଗ୍ର ଇରାକ୍କୁ ସଂପୂର୍ଣ୍ଣ ଆଇଏସ୍ ମୁକ୍ତ ଘୋଷଣା କରାଯାଇଛି। ୨୦୧୪ରେ ଉତ୍ତର ଇରାକ୍କୁ ଆଇଏସ୍ ନିଜ କବ୍ଜାରେ ରଖିଥିବା ବେଳେ ଆମେରିକା ନେତୃତ୍ୱରେ ମିଳିତ ସେନାର ସଫଳ ଆକ୍ରମଣ ଯୋଗୁଁ ଆଇଏସ୍ ଆତଙ୍କବାଦୀମାନେ ବହୁ ସଂଖ୍ୟାରେ ନିପାତ ହୋଇଥିଲେ ଏବଂ ଅନ୍ୟମାନେ ଛତ୍ରଭଂଗ ଦେଇ ପଳାଇଥିଲେ। ଇରାକ୍ରେ ଆଇଏସ୍ର ସମସ୍ତ କମାଣ୍ଡ ସେଣ୍ଟର, ତାଲିମ କେନ୍ଦ୍ର ଆଦି ଦେଢ଼ ବର୍ଷ ତଳୁ ନଷ୍ଟ କରିଦିଆଯାଇଛି।
ଇରାକ୍ରୁ ଆଇଏସ୍ ମୂଳପୋଛ
ଶେଷ ଗଡ଼ ଦଖଲ ଅପରେସନ ଜାରି
/sambad/media/post_attachments/wp-content/uploads/2017/10/26_10_2017-iraq-army.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)