କଶ୍ମୀରରେ ୩ ଆଇସିସ୍ ଆତଙ୍କବାଦୀ ଗିରଫ

ଶ୍ରୀନଗର :  ଜମ୍ମୁ ଓ କଶ୍ମୀରରେ ବିଶ୍ବର କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇସିସର ପଦଚିହ୍ନ ଦେଖିବାକୁ ମିଳିଛି । ସୋମବାରଦିନ ଜଣେ ସଂଦିଗ୍ଧ ଆଇସିସ ସଦସ୍ୟ କାସିମ ଖୋରାସାନି ଓ ତାହାର ଦୁଇଜଣ ସହଯୋଗୀଙ୍କୁ ଭାରତୀୟ ଗୁଇନ୍ଦା ସଂସ୍ଥାଗିରଫ କରିଛି । ସେମାନେ କଶ୍ମୀର ଘାଟିରେ ଆଇସିସ ପାଇଁ ନୂଆ ନୂଆ ଯୁବକମାନଙ୍କୁ ସାମିଲ କରୁଥିଲେ ।

କାସିମ ଖୋରାସାନି ଓରଫ ଓମର ନାସିର ବଟ ଆଇସିସର କଶ୍ମୀର ମଡ୍ୟୁଲର ପ୍ରତିଷ୍ଠାତା ବୋଲି ସଂଦେହ କରାଯାଉଛି । ସେ ଏକ ଆପ ମାଧ୍ୟମରେ ସ୍ଥାନୀୟ ଯୁବକମାନଙ୍କୁ ଆକୃଷ୍ଟ କରି ନିଜର ଆତଙ୍କବାଦୀ ସଂଗଠନରେ ସାମିଲ କରୁଥିଲା ଓ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ବ୍ୟବହାର କରୁଥିଲା । ସେ ଆଫଗାନିସ୍ତାନରେ ଥିବା ଭାରତୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକ ପୂର୍ବରୁ ସଂଦେହ କରୁଥିଲେ କିନ୍ତୁ ଗତ ବର୍ଷ ଏପ୍ରିଲରେ ତାକୁ ଅନନ୍ତନାଗରେ ଚିହ୍ନଟ କରାଯାଇଥିଲା । ଗତ ପ୍ରାୟ ଏକ ବର୍ଷ ହେଲା ତାର ଗତିବିଧି ଉପରେ ଗୁଇନ୍ଦା ସଂସ୍ଥାର ନଜର ଥିଲା ।

ସମ୍ବନ୍ଧିତ ଖବର