ନୂଆଦିଲ୍ଲୀ : ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ପକ୍ଷରୁ ବୁଧବାର ଦିନ ଏକ ଘୋଷଣାରେ କୁହାଯାଇଛି ଯେ ଏହାର ନେତା ଅବୁ ହାସନ ଅଲ-ହାସିମି ଅଲ-କୁରାସି ଏକ ଯୁଦ୍ଧରେ ନିହତ ହୋଇଛି । ମୁଖପାତ୍ର ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ଗୋଷ୍ଠୀର ନୂତନ ନେତା ହେଉଛନ୍ତି ଅବୁ ଅଲ-ହୁସେନ ଅଲ-ହୁସେନି ଅଲ-କୁରାସି ।

Advertisment

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇସଲାମିକ ଷ୍ଟେଟ ଗୋଷ୍ଠୀର ମୁଖପାତ୍ର ଏକ ଅଡିଓ କ୍ଲିପ ଜାରି କରି କହିଛନ୍ତି ଯେ ହାସିମି ଶତ୍ରୁ ସୈନ୍ୟଙ୍କ ସହ ଯୁଦ୍ଧରେ ନିହତ ହୋଇଛନ୍ତି । କିନ୍ତୁ ମୁଖପାତ୍ରଜଣକ ହାସିମିର ମୃତ୍ୟୁ ତାରିଖ କିମ୍ବା କେଉଁ ପରିସ୍ଥିତିରେ କେଉଁଠାରେ ମୃତ୍ୟୁ ହେଲା ସେ ସମ୍ପର୍କରେ କିଛି କହିନାହାନ୍ତି ।

୨୦୧୪ ରେ ଇରାକ ଏବଂ ସିରିଆରେ ଏକ ଦ୍ରୁତ ଗତିରେ ନିଜର ସାମ୍ରାଜ୍ୟ ବିସ୍ତାର କରିବା ପରେ ଆଇଏସର ନେତା ବାଗଦାଦୀ ନିଜକୁ ଖଲିଫା ବୋଲି ଘୋଷଣା କରିଛନ୍ତି । କିନ୍ତୁ ବାଗଦାଦିର ମୃତ୍ୟୁ ପରେ ଆଇଏସର ପତନ ଆରମ୍ଭ ହୋଇଯାଇଥିଲା ।

୨୦୧୭ ରେ ଇରାକରେ ଏବଂ ଦୁଇ ବର୍ଷ ପରେ ସିରିଆରେ ଏହାର ସଂଗଠନ ଏକରକମ ଲୋପ  ହୋଇଯାଇଥିଲା, କିନ୍ତୁ ଏହାର  ସ୍ଲିପର ସେଲ ଉଭୟ ଦେଶରେ ଆକ୍ରମଣ ଜାରି ରଖିଛନ୍ତି । ଏପରିକି ଆଫଗାନିସ୍ତାନରେ ବି ନିଜର ସ୍ଥିତି ଥିବା ଦାବି କରୁଛି ଏହି ଆତଙ୍କବାଦୀ ସଂଗଠନ  ।