ଆଇଏସ୍‌ ସହ ସମ୍ପୃକ୍ତି, ହାଇଦ୍ରାବାଦରେ ୩ ଗିରଫ

ହାଇଦ୍ରାବାଦ: ଇସ୍‌ଲାମିକ ଷ୍ଟେଟ୍‌ ଅଫ ଇରାକ ଆଣ୍ଡ ସିରିଆ (ଆଇଏସ୍‌ଆଇଏସ୍‌) ସହ ସମ୍ପୃକ୍ତ ଥିବା ଅଭିଯୋଗରେ ହାଇଦ୍ରାବାଦରୁ ତିନି ଜଣଙ୍କୁ ଗିରଫ କରିଛି କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି (ଏନ୍‌ଆଇଏ)। ସୂଚନା ଅନୁଯାୟୀ, ମୈଲର୍‌ଦେବପଲ୍ଲୀ କିଙ୍ଗ୍‌ସ କଲୋନୀର ମହମ୍ମଦ ତାହ ନାମକ ବ୍ୟକ୍ତି ମହମ୍ମଦ ଅବଦୁଲ୍ଲା ବାସିଥ୍‌ ଏବଂ ମହମ୍ମଦ ଅବଦୁଲ କାଦିରଙ୍କ ସମ୍ପର୍କ ରଖିଥିଲେ। ସୂଚନାଥାଉକି, ୨୦୧୬ ରେ ଆଇଏସ୍‌ର ଆବୁ ଧାବି ଆତଙ୍କବାଦୀ ମୋଡ୍ୟୁଲ ଧରାପଡିଥିଲା। ଉକ୍ତ ମାମଲାରେ ଏନ୍‌ଆଇଏ ବାସିଥ୍‌ ଏବଂ କାଦିରଙ୍କ ବିରୋଧରେ ଫେବ୍ରୁଆରିରେ ଅତିରିକ୍ତ ଚାର୍ଜସିଟ ଦାଖଲ କରିଥିଲା। ବାସିଥ ଏବଂ କାଦିରଙ୍କୁ ଜେରା କରାଯିବ ସମୟରେ ଆଇଏସ୍‌ ସହ ହାଇଦ୍ରାବାଦର କିଛି ବ୍ୟକ୍ତିଙ୍କ ସମ୍ପର୍କ ଥିବା ତଥ୍ୟ ହାସଲ କରିଥିଲା ଏନ୍‌ଆଇଏ। ଉକ୍ତ ତଥ୍ୟକୁ ଆଧାର କରି ତିନି ଜଣଙ୍କୁ ଗିରଫ କରାଯାଇଛି। ପ୍ରଥମ ବ୍ୟକ୍ତି ତାହ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ପରିଚୟ ପ୍ରକାଶ କରାଯାଇନାହିଁ।

ସମ୍ବନ୍ଧିତ ଖବର