ମାଦ୍ରିଦ : ଖାଦ୍ୟଲୋଭ ଅନେକ ସମୟରେ ଆପଣଙ୍କୁ ଅସୁବିଧାରେ ପକାଇପାରେ। ମେଦବହୁଳତା ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ସହ ଅନେକ ସମୟରେ ଏହା ଆପଣଙ୍କୁ ପୁଲିସ ହାତରେ ଧରା ବି ପକେଇଦେଇପାରେ। ଏମିତି ଏକ ଘଟଣା ଘଟିଛି ସ୍ପେନରେ। କବାବ ବା ମାଂସ ଝୋଳ ପ୍ରତି ଅତିଶୟ ଆସକ୍ତି ଯୋଗୁ ଜଣେ ବ୍ରିଟିଶ-ମୂଳ ଆଇଏସ୍ଆଇଏସ୍ ଆତଙ୍କବାଦୀ ଆବଦେଲ ମାଜେଦ ସ୍ପେନରେ ପୁଲିସ ହାତରେ ଧରାପଡ଼ିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ ମାଜେଦ ଖୁବ୍ କବାବ-ପ୍ରିୟ। ମାଂସ ତରକାରି ଖାଇ ଖାଇ ତାଙ୍କ ଓଜନ ୮୪ ପାଉଣ୍ଡରୁ ଅଧିକ ହୋଇଯାଇଥିଲା। ସେ ଆଇଏସ୍ଆଇଏସ୍ରେ ଯୋଗ ଦେବା ପରେ ତାକୁ ଏକ କାମରେ ସ୍ପେନ୍ ପଠାଯାଇଥିଲା। କିନ୍ତୁ କବାବ ପାଇଁ ବରାଦ ଦେବା ବେଳେ ସେ ପୁଲିସ ହାତରେ ଧରାପଡ଼ିଛି। ଆବଦେଲ ମାଜେଦ ଆବଦେଲ ବାରି ହେଉଛି ଜଣେ ପୂର୍ବତନ ରାପର (ରାପ୍ ସଂଗୀତଜ୍ଞ) ଯେ କି ୨୦୧୩ରେ ସିରିୟା ପଳାଇଥିଲା। କିଛିବର୍ଷ ପରେ ସେ ଆଲମେରିଆ, ସ୍ପେନ ଗଲା। ସ୍ପାନିଶ୍ ପୁଲିସ ଓ ଗୋଇନ୍ଦା ବିଭାଗ ସଜାଗ ହୋଇ ରହିଥିଲେ ମଧ୍ୟ ତା’ର ପତ୍ତା ପାଉ ନ ଥିଲେ। ଶେଷରେ କବାବ ପାଇଁ ବରାଦ ଦେବା ବେଳେ ମାଜେଦ ଧରାପଡ଼ିଲା। ତା’ ସହ ତା’ର ଦୁଇଜଣ ସହଯୋଗୀକୁ ମଧ୍ୟ ପୁଲିସ ଗିରଫ କରିଛି। ମାଜେଦ ହେଉଛି କୁଖ୍ୟାତ ଆତଙ୍କବାଦୀ ଆଦେଲ ଆବଦେଲ ବାରିର ପୁଅ ଯେ କି ଆଫ୍ରିକାରେ ବୋମା ପକାଇ ୨୦୦ ଲୋକଙ୍କୁ ହତ୍ୟା କରିବା ଅଭିଯୋଗରେ ବର୍ତ୍ତମାନ ଜେଲରେ ଅଛି। ମାଜେଦକୁ ବର୍ତ୍ତମାନ ମାଦ୍ରିଦ ନିକଟ ସୋଟୋ ଡେଲ ରିୟଲ ଜେଲରେ ରଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/police-arrest-isis-terror.jpg)