ପ୍ରଧାନମନ୍ତ୍ରୀ ମୋଦିଙ୍କ ହତ୍ୟା ଯୋଜନା ହ୍ଵାଟସ୍‌ ଆପ୍‌ ଜରିଅାରେ ସହଯୋଗୀଙ୍କୁ ପଠାଇଥିଲା ଆଇଏସ୍‌ଆଇଏସ୍‌ ସଦସ୍ୟ

ଅହମ୍ମଦାବାଦ: ଗୁଜୁରାଟ ଏଟିଏସ୍‌  ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌ଆଇଏସ୍‌ର ଅପରେଟିଭ୍‌ ମାମଲା ନେଇ ଅଙ୍କଲେଶ୍ୱର ଅଦାଲତରେ ଏକ ଚାର୍ଜସିଟ୍‌ ଫାଇଲ କରିଛି। ଏଥିରେ କୁହାଯାଇଛି କି ଆଇଏସ୍‌ର ସନ୍ଦିଗ୍ଧ ଅପରେଟିଭ୍‌ ଉବୈଦ ମିର୍ଜା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ନାଇପର ରାଇଫଲ ଜରିଆରେ ହତ୍ୟା କରିବା ପାଇଁ ଯୋଜନା ହ୍ଵାଟସ୍‌ ଆପ୍‌ ମେସେଜିଂ ଆପ୍‌ ଜରିଅାରେ ତା’ର ସହଯୋଗୀଙ୍କୁ ଜଣାଇଥିଲା ।

ଗୁଜୁରାଟ ଏଟିଏସ୍‌ ମୋବାଇଲ ଫୋନ୍‌ ଓ ପେନ୍‌ ଡ୍ରାଇଭ୍‌ ଯାଞ୍ଚ କରି  ଏହି ମେସେଜର ସନ୍ଧାନ ପାଇଥିଲା। ଆଇନଜୀବୀ ମିର୍ଜା ଓ ଲ୍ୟାବ  ଟେକିନିସିଅାନ୍  କାସିମ ସ୍ତିମବେରବଲାଙ୍କୁ ଗୁଜୁରାଟ ଏଟିଏସ୍‌ ୨୦୧୭ ନଭେମ୍ବର ୨୫ରେ ଅଙ୍କଲେଶ୍ୱରରୁ ଗିରଫ କରିଥିଲା। ଏ ଦୁହେଁ ସୁରଟରେ ବସବାସ କରୁଥିବା ଜଣାପଡ଼ିଥିଲା।

ଏଟିଏସ୍‌ର ଜଣେ ଅଧିକାରୀଙ୍କ କହିବାନୁସାରେ, କାସିମଙ୍କୁ ଗିରଫ କରିବାର ୨୧ଦିନ ପୂର୍ବରୁ ସେ ନିଜ ପଦରୁ ଇସ୍ତଫା ଦେଇଥିଲା। ସେ ଜାମାଇକା ଫେରାର ହେବାକୁ ଉଦ୍ୟମ କରୁଥିଲା। କାରଣ କଠୋରପନ୍ଥୀ ମୌଲବୀ ଶେଖ୍‌ ଅବଦୁଲାହ ଅଲ ଫେସଲ ସହିତ ଜିହାଦୀ ମିସନ୍‌ରେ ସାମିଲ ହୋଇ ପାରିବ। କାସିମ ଏଥିପାଇଁ ଜାମାଇକାରେ ଚାକିରି ପାଇଁ ଆବେଦନ ମଧ୍ୟ କରିଥିଲା ଓ ଏକ ଓ୍ଵାର୍କ ପରମିଟ୍‌ ମଧ୍ୟ ପାଇଥିଲା।

ଚାର୍ଜସିଟ୍‌ରେ କୁହାଯାଇଛି, ୨୦୧୬ ନଭେମ୍ବରରେ ମିର୍ଜା ସୂଚନା ପଠାଇଥିଲା କି, ପିସ୍ତଲ କିଣିବାର ଅଛି। ଏହାପରେ ମୁଁ ସେମାାନଙ୍କ ସହ ସମ୍ପର୍କ କରିବି। ତେବେ ‘ସେମାନେ’ ସେ କାହା ପାଇଁ ବ୍ୟବହାର କରିଥିଲା ତାହା ସ୍ପଷ୍ଟ ହୋଇ ନଥିଲା।

ସମ୍ବନ୍ଧିତ ଖବର