ନୂଆଦିଲ୍ଲୀ: ଆଫଗାନିସ୍ତାନର ମନ୍ତ୍ରୀ ଖଲିଲ ହକ୍କାନିଙ୍କ ହତ୍ୟା ମାମଲାରେ ଦୁଇ ଜଣ ସରକାରୀ ଅଧିକାରୀଙ୍କୁ ଗିରଫ କରିଛି ତାଲିବାନ ପ୍ରଶାସନ । ସେପଟେ ଇସଲାମିକ ଷ୍ଟେଟ ଖୋରାସାନ ପ୍ରୋଭିନ୍ସ (ଆଇଏସକେ) ଏକ ନୂଆ ଧମକପୂର୍ଣ୍ଣ ପୋଷ୍ଟର ଜାରି କରି ଏହି ହତ୍ୟା ପାଇଁ ନିଜକୁ ଦାୟୀ କରିଛି ଓ ଆଫଗାନିସ୍ତାନ ତାଲିବାନ ନେତାଙ୍କ ଉପରେ ଆକ୍ରମଣ ଜାରି ରଖିବ ବୋଲି କହିଛି । ଆଗକୁ ଯେଉଁ ଆକ୍ରମଣ ଆସିବ ତାହା ଆହୁରି ଭୟଙ୍କର ହେବ।
ଆଫଗାନିସ୍ତାନର ସାଧାରଣ ଗୁଇନ୍ଦା ନିର୍ଦ୍ଦେଶାଳୟ ପ୍ରାଥମିକ ତଦନ୍ତ ପରେ ଶରଣାର୍ଥୀ ମନ୍ତ୍ରଣାଳୟ ଭିତରେ ବିସ୍ଫୋରଣ ଘଟଣାରେ ଦୁଇ ଜଣ ସରକାରୀ ଅଧିକାରୀଙ୍କୁ ଗିରଫ କରିଛି। ଏହି ବିସ୍ଫୋରଣରେ ଶରଣାର୍ଥୀ ମନ୍ତ୍ରୀ ହାଜି ଖଲିଲ ରେହମାନ ହକ୍କାନିଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ମାମଲାର ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ଆତ୍ମଘାତୀ ଆକ୍ରମଣକାରୀ ତାଲିବାନ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ଗାଡ଼ି ନେଇ ଭିତରକୁ ଆସିଥିଲେ। ଏଥିରୁ ସଂଦେହ କରାଯାଉଛି ଯେ ତାଲିବାନ ପ୍ରଶାସନ ମଧ୍ୟକୁ ଆଇଏସ ଅନୁପ୍ରବେଶ କରିସାରିଛି ।
ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ତାଲିବାନ ପ୍ରଶାସନ ମଧ୍ୟ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ଠାବ କରିବା ପାଇଁ ଏକ କମିସନ ଗଠନ କରିବାକୁ ନିଷ୍ପତ୍ତି ନେଇଛି। ଆଫଗାନିସ୍ତାନର ଜେନେରାଲ ଡାଇରେକ୍ଟୋରେଟ ଇଣ୍ଟେଲିଜେନ୍ସ ଏହି ମାମଲାରେ ଦୁଇ ଜଣ ଅଧିକାରୀଙ୍କୁ ଗିରଫ କରି ପଚରାଉଚରା ଆରମ୍ଭ କରିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/post_attachments/wp-content/uploads/2017/10/IRAQ_-_Isis_invades.jpg)