ଲଣ୍ଡନ: ବ୍ରିଟେନ ରାଜକୁମାର ଓ୍ଵିଲିୟମ ଏବଂ କେଟ୍ ମିଡିଲଟନଙ୍କ ୪ ବର୍ଷର ପୁତ୍ର ପ୍ରିନ୍୍ସ ଜର୍ଜ ଏବେ ଆଇଏସ୍ ଟାର୍ଗେଟ୍ରେ ଅଛନ୍ତି। ବ୍ରିଟେନ୍ର ମିଡିଆ ରିପୋର୍ଟ ଅନୁଯାୟୀ ଆତଙ୍କବାଦୀ ସଂଗଠନ ଇସ୍୍ଲାମିକ ଷ୍ଟେଟର ହିଟ୍ଲିଷ୍ଟରେ ପ୍ରିନ୍୍ସ ଜର୍ଜଙ୍କ ନାମ ରହିଛି ଏବଂ ତାଙ୍କୁ ହତ୍ୟା କରିବା ପାଇଁ ଆଇଏସ୍ ଧମକ ଦେଇଛି। ଜର୍ଜଙ୍କୁ ହତ୍ୟା କରିବା ପାଇଁ ଆଇଏସ୍ ସୋସିଆଲ ମିଡିଆରେ ଧମକ ଦେବାପରେ ତାଙ୍କୁ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି। ପ୍ରିନ୍୍ସ ଜର୍ଜ କେନ୍ଦ୍ରୀୟ ଲଣ୍ଡନର ଏକ ବିଦ୍ୟାଳୟରେ ତାଙ୍କର ପାଠପଢ଼ା ଆରମ୍ଭ କରିଛନ୍ତି। ଜର୍ଜ ସ୍କୁଲ୍କୁ ଯାଉଥିବା ସମୟର ଏକ ଫଟୋ ତଳେ ଆରବ ଭାଷାରେ ହତ୍ୟା ଧମକ ଦେଇ ପୋଷ୍ଟ କରାଯିବା ପରେ ଏହାକୁ ନେଇ ବ୍ୟାପକ ଖୋଳତାଡ଼ ଚାଲିଛି । ତେବେ ଆଇଏସ୍ ଏହି ପୋଷ୍ଟ କରିବା ପାଇଁ ଟେଲିଗ୍ରାମ ଏପ୍ ବ୍ୟବହାର କରିଥିବାରୁ ବ୍ୟବହାରକାରୀର ସ୍ଥିତି ଠାବ ହୋଇପାରିନାହିଁ। ଜର୍ଜଙ୍କୁ ବିଦ୍ୟାଳୟ ପରିସରରେ ମଧ୍ୟ ସୁରକ୍ଷା ଦେବାପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ।
ଆଇଏସ୍ ଟାର୍ଗେଟ୍ରେ ପ୍ରିନ୍ସ ଜର୍ଜ
/sambad/media/post_attachments/wp-content/uploads/2017/10/NBT-image-10.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)